ଓଡିଶା

odisha

By

Published : Jul 29, 2021, 4:11 PM IST

Updated : Jul 29, 2021, 4:34 PM IST

ETV Bharat / sports

କୋଟିକୋଟି ଭାରତୀୟଙ୍କ ଭାଙ୍ଗିଲା ହୃଦୟ, ହାରିଲେ ମେରୀ କମ୍‌

ବକ୍ସିଂ ପ୍ରି- କ୍ବାର୍ଟରରେ ପରାଜୟ ପରେ ମେରୀ କମଙ୍କ ଅଲମ୍ପିକ ଅଭିଯାନ ଶେଷ । ଅଧିକ ପଢନ୍ତୁ...

BOXER MARY KOM LOST TO COLOMBIAS INGRIT LORENA VALENCIA
କୋଟିକୋଟି ଭାରତୀଙ୍କ ଭାଙ୍ଗିଲା ହୃଦୟ, ବକ୍ସିଂରେ ହାରିଲେ ମେରୀ କମ୍‌

ଟୋକିଓ: ବକ୍ସିଂରେ ଭାରତକୁ ବଡ ଝଟ୍‌କା । ଭାରତୀୟ ବକ୍ସିଂର ପ୍ରମୁଖ ଚେହେରା ତଥା 6 ଥର ଓ୍ବାର୍ଲ୍ଡ ଚମ୍ପିଆନ୍ ମେରୀକମଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ପରାଜୟ । ଭେଟେରାନ ବକ୍ସର ମେରୀକମ କଲମ୍ବିଆର ଇନଗ୍ରିଟ ଭେଲନସିଆଙ୍କ ଠାରୁ ୨-୩ରେ ପରାସ୍ତ ହୋଇଛନ୍ତି । ଫଳରେ ଚଳିତ ଟୋକିଓ ଅଲମ୍ପିକରୁ ମେରୀକମଙ୍କ ଅଭିଯାନ ଶେଷ ହୋଇଛି ।

ଅନ୍ୟପଟେ ମହିଳା ବକ୍ସିଂ ଇଭେଣ୍ଟର ଫ୍ଲାଏୱେଟ(୪୮-୫୧ କିଲୋଗ୍ରାମ) ବର୍ଗର କ୍ବାର୍ଟର-ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଭେଲନସିଆ । ପାଞ୍ଚଜଣ ବିଚାରକଙ୍କ ମଧ୍ୟରୁ ୪ଜଣ ଭେଲନିସିଆଙ୍କୁ ୧୦ ଓ ଜଣେ ୯ ପଏଣ୍ଟ ଦେବାପରେ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ କଲମ୍ବିଆ ବକ୍ସର । ପରେ ମେରୀ କମ ଦ୍ବିତୀୟ ରାଉଣ୍ଡରେ ଦମଦାର ପଞ୍ଚ ଦ୍ବାରା କମବ୍ୟାକ କରିଥିଲେ । ତୃତୀୟ ରାଉଣ୍ଡରେ ମଧ୍ୟ ଆଗୁଆ ରହିଥିଲେ ଭେଲେନସିଆ । ମେରୀ କମ ବିଜୟ ପାଇଁ ଯଥାସାଧ୍ୟ ସମସ୍ତ ପ୍ରୟାସ କରିଥିଲେ ସୁଦ୍ଧା ଯଥେଷ୍ଠ ହୋଇନଥିଲା ।

ଟୋକିଓ ଅଲମ୍ପିର ସପ୍ତମ ଦିନରେ ଗୁରୁବାର ଭାରତ ପାଇଁ ଶୁଭଙ୍କର ରହିଥିଲା । ତୀରନ୍ଦାଜୀ, ହକି, ବ୍ୟାଡମିଣ୍ଟନ ଓ ପୁରୁଷ ବକ୍ସିଂରେ ବିଜୟ ମିଳିଥିଲା । ବକ୍ସର ସତୀଶ କୁମାର ପୁରୁଷ ହେଭିୱେଟ(+୯୫କିଲୋଗ୍ରାମ) ବର୍ଗରେ ଜାମାଇକା ବକ୍ସର ରିଚାର୍ଡ ବ୍ରୋଓନଙ୍କୁ ୪-୧ରେ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ବକ୍ସର ପୂଜା ରାନୀ(୭୫ କିଲୋଗ୍ରାମ) ଓ ଲଭଲିନା ବୋରଗୋହେନ(୬୯ କିଲୋଗ୍ରାମ) ବର୍ଗରେ ପୂର୍ବରୁ ମେଗା କ୍ରୀଡା ଇଭେଣ୍ଟର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2021, 4:34 PM IST

ABOUT THE AUTHOR

...view details