ନୂଆଦିଲ୍ଲୀ: ଫିଲିପାଇନ୍ସରେ ହେଉଥିବା ପ୍ରେସିଡେନ୍ସି କପର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ଗୌରବ ବିଧୁରୀ । ଗୌରବ ବିଶ୍ବ ଚମ୍ପିଆସିପରେ 56 କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ।
ପ୍ରେସିଡେନ୍ସି କପ: ସେମିରେ ବକ୍ସର ଗୌରବ ବିଧୁରୀ - ପ୍ରେସିଡେନ୍ସି କପ ସେମିରେ ଗୌରବ ବିଧୁରୀ
ଫିଲିପାଇନ୍ସରେ ହେଉଥିବା ପ୍ରେସିଡେନ୍ସି କପର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ଗୌରବ ବିଧୁରୀ ।
![ପ୍ରେସିଡେନ୍ସି କପ: ସେମିରେ ବକ୍ସର ଗୌରବ ବିଧୁରୀ](https://etvbharatimages.akamaized.net/etvbharat/prod-images/768-512-3939454-thumbnail-3x2-wc.jpeg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
କ୍ବାର୍ଟର ଫାଇନାଲରେ ଗୌରବ ଆଫଗାନିସ୍ତାନର ୱାରିସ କରିମିଙ୍କୁ ପରାସ୍ତ କରିଛନ୍ତି । ସେମିଫାଇନାଲରେ ଏହି ଦିଲ୍ଲୀ ବକ୍ସର ଫିଲିପାଇନ୍ସର ଜୁନମିଲାରେଡୋ ଓଗାୟରେଙ୍କୁ ଭେଟିବେ। କୋରିଆର ବକ୍ସରକ କିମ ହୈଜିନଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି ଜୁନମିଲାରେଡୋ ଓଗାୟରେ। ଏହି ଟୁର୍ଣ୍ଣାମେଣ୍ଟରେ ମେରି କମ 51 କିଗ୍ରା ବର୍ଗରେ ସେମିଫାଇନାଲରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି ।