ହାଇଦ୍ରାବାଦ:ଭାରତୀୟ ପୁରୁଷ ବକ୍ସିଂ ଟିମକୁ 35ତମ ବକ୍ସାମ ଇଣ୍ଟରନ୍ୟାସନାଲ ଫାଇନାଲ ମୁକାବିଲା ପୂର୍ବରୁ ବଡ଼ ଝଟକା । 3ଜଣ ଭାରତୀୟ ବକ୍ସରଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଜଣାପଡିବା ପରେ ସେମାନେ ଫାଇନାଲ ମୁକାବିଲାରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ।
ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ବକ୍ସର ଆଶିଷ କୁମାର(75 କିଲୋଗ୍ରାମ)ଙ୍କ ରିପୋର୍ଟ ପଜିଟିଭ ରହିଛି । ତେବେ ତାଙ୍କର ରୁମ୍ମେଣ୍ଟ ହୋଇଥିବାରୁ ମହମ୍ମଦ ହୁସାମୁଦ୍ଦିନ(57 କିଲୋଗ୍ରାମ)ଓ ସୁମିତ ସଙ୍ଗୱାନ(81 କିଲୋଗ୍ରାମ)ଙ୍କୁ ଫାଇନାଲରୁ ଓହରିବାକୁ ପଡିଛି ।