ଓଡିଶା

odisha

By

Published : Mar 4, 2021, 7:24 PM IST

ETV Bharat / sports

ବକ୍ସାମ ଇଣ୍ଟରନ୍ୟାସନାଲ: ସେମିରେ ପୂଜା ରାନୀ, ପଦକ ପକ୍କା

ଏସିଆନ ଚମ୍ପିଆନ ପୂଜା ରାନୀ 75 କିଲୋଗ୍ରାମ ବର୍ଗରେ 35ତମ ବକ୍ସାମ ଇଣ୍ଟରନ୍ୟାସନାଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଏକ ମେଡାଲ ନିଶ୍ଚିନ୍ତ କରିଛନ୍ତି । ଅଧିକ ପଢନ୍ତୁ...

Boxam International: Pooja Rani secures medal, Lovlina Borgohain bows out
ବକ୍ସାମ ଇଣ୍ଟରନ୍ୟାସନାଲ: ସେମିରେ ପୂଜା ରାନୀ, ପଦକ ପକ୍କା

ହାଇଦ୍ରାବାଦ: ଏସିଆନ ଚମ୍ପିଆନ ପୂଜା ରାନୀ 75 କିଲୋଗ୍ରାମ ବର୍ଗରେ 35ତମ ବକ୍ସାମ ଇଣ୍ଟରନ୍ୟାସନାଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଏକ ମେଡାଲ ନିଶ୍ଚିନ୍ତ କରିଛନ୍ତି । ସ୍ପେନର, କାଷ୍ଟେଲନରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ପୂଜା ।

ତେବେ ଦୁଇଥର ୱାର୍ଲ୍ଡ ବ୍ରୋଞ୍ଜ ବିଜେତା ଲଭଲୀନା ବୋରଗୋହେନ 69 କିଲୋଗ୍ରାମ ବର୍ଗରେ କ୍ବାର୍ଟର-ଫାଇନାଲରେ ପରାସ୍ତ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ରାନୀ, ଇଟାଲିଆନ ଆସୁନ୍ତା କାନଫୋରାଙ୍କୁ ପରାସ୍ତ କରିବା ସହ ଏମ ସି ମେରୀ କମ(51 କିଲୋଗ୍ରାମ), ସିମ୍ରନଜିତ କୌର(60 କିଲୋଗ୍ରାମ) ଓ ଜସମିନଙ୍କ ସହିତ (57 କିଲୋଗ୍ରାମ) ବର୍ଗରେ ଶେଷ 4ଟି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ।

ରାନୀ 3ଥର ଏସିଆନ ମେଡାଲ ବିଜେତା ରହିସାରିଥିବାବେଳେ, 2014 ଏସିଆନ ଗେମ୍ସରେ ବ୍ରୋଞ୍ଜ ବିଜେତା ରହିଛନ୍ତି । ତେବେ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବୋରଗୋହେନ ରୁଷିଆର ସାଦତ ଡାଲଗାଟୋଭାଙ୍କ ଠାରୁ 0-5ରେ ପରାଜିତ ହେବାସହ ଆଶ୍ଚର୍ଯ୍ୟଜନକ ଭାବେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି । ଏଥିସହ ଏସିଆନ ବ୍ରୋଞ୍ଜ ବିଜେତା ମନିଷା ମୌନ 57 କିଲୋଗ୍ରାମ ବର୍ଗରେ ଅନ୍ୟତମ ଭାରତୀୟ ଭାବେ ଇଟାଲିର ଇର୍ମା ଟେଷ୍ଟାଙ୍କ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details