କଟକ: ଜବାହରଲାଲ ନେହେରୁ ଇନଡୋର୍ ଷ୍ଟାଡିୟମରେ ଶେଷହେଲା 27ତମ ଓଡିଶା ଟେବୁଲ ଟେନିସ ପ୍ରତିଯୋଗିତା । ପୁରୁଷ ବର୍ଗରେ ରାଉରକେଲାର ବିକାଶ କୁମାର ସିଂ ଟ୍ରଫି ହାତେଇଛନ୍ତି । ସେହିପରି ମହିଳା ବର୍ଗରେ ରାଜଧାନୀ ଭୁବନେଶ୍ବରର ଶ୍ବେତପଦ୍ମା ହାତେଇଛନ୍ତି ବିଜୟ ଟ୍ରଫି ।
ଏହି ପ୍ରତିଯୋଗିତା ଗତମାସ 29 ତାରିଖରୁ ଆରମ୍ଭ ହୋଇଥିଲା । ଆଜିର ଉଦ୍ଯାପନୀ ଦିବସରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ବିଜୟୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଖେଳାଳିଙ୍କୁ କ୍ରୀଡା ସମ୍ବନ୍ଧୀୟ ଅନେକ ମହତ୍ତ୍ବପୂର୍ଣ୍ଣ କଥା କହିଥିଲେ ।