ହାଇଦ୍ରାବାଦ:ଏଆଇଏଫଏଫ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବାଇଚୁଙ୍ଗ ଭୂତିଆ । ପୂର୍ବତନ ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ(Baichung Bhutia) ଶୁକ୍ରବାର ଆଗାମୀ ଅଖିଳ ଭାରତୀୟ ଫୁଟବଲ ମହାସଂଘର (All India Football Federation) ନିର୍ବାଚନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି । ତେବେ ଏହି ରେସରେ ଆଗରେ ରହିଛନ୍ତି ପୂର୍ବତନ ଫୁଟବଲ ଖେଳାଳି କଲ୍ୟାଣ ଚୌବେ । ଅଧ୍ୟକ୍ଷ ପଦ ପାଇଁ ସାଥୀ ଖେଳାଳି ଦୀପକ ମଣ୍ଡଳ ବାଇଚୁଙ୍ଗ ଭୂତିଆଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ।
AIFF Election, ନାମାଙ୍କନ ଭରିଲେ ପୂର୍ବତନ ଫୁଟବଲ ଅଧିନାୟକ ବାଇଚୁଙ୍ଗ ଭୂତିଆ - ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ
ପୂର୍ବତନ ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଶୁକ୍ରବାର ଆଗାମୀ ଅଖିଳ ଭାରତୀୟ ଫୁଟବଲ ମହାସଂଘ ନିର୍ବାଚନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ
ନାମାଙ୍କନ ପ୍ରସ୍ତାବ ନେଇ ଏକ ନ୍ୟୁଜ ଏଜେନ୍ସିକୁ ବାଇଚୁଙ୍ଗ ଭୂତିଆ କହିଛନ୍ତି " ମୁଁ ପ୍ରତିଷ୍ଠିତ ଖେଳାଳିମାନଙ୍କର ପ୍ରତିନିଧିତ୍ବ କରିବା ପାଇଁ ଏହି ନାମାଙ୍କନ ଦାଖଲ କରିଛି । ତେବେ ଏହି ନିର୍ବାଚନ ଜିତିଲେ ଭାରତୀୟ ଫୁଟବଲର ସେବା କରିବାର ସୁଯୋଗ ମିଳିବ । ମୁଁ ଜଣେଇବାକୁ ଚାହୁଁଛି କି ମୁଁ କେବଳ ଖେଳାଳି ଭାବରେ ନୁହେଁ ବରଂ ଜଣେ ଭଲ ପ୍ରଶାସକ ଭାବରେ ଫୁଟବଲ ପ୍ରତି ନିଜକୁ ସମର୍ପି ପାରିବି ।’’
ସେହିପରି ଦିଲ୍ଲୀ ଫୁଟବଲ ଅଧ୍ୟକ୍ଷ ସାଜି ପ୍ରଭାକର ମଧ୍ୟ ଏଆଇଏଫଏଫ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେଘାଳୟ ଫୁଟବଲ ସଂଘର ପୂର୍ବତନ ଖେଳାଳି ୟୁଜିନସନ ଲିଙ୍ଗଦୋହ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅଜିତ ବାନାର୍ଜୀ ମଧ୍ୟ ଏହି ରେସରେ ରହିଛନ୍ତି । ଲିଙ୍ଗଦୋହ ବର୍ତ୍ତମାନ ମେଘାଳୟ ବିଧାନସଭା ବିଧାୟକ ଭାବରେ କାର୍ଯ୍ୟରତ ଅଛନ୍ତି । ସେହିପରି ଭାରତର ପୂର୍ବତନ ଗୋଲକିପର ଚୌବେ ମଧ୍ୟ ଏହି ରେସରେ ରହିଛନ୍ତି । ଏହି ନିର୍ବାଚନର ନାମାଙ୍କନ ଭରିବାର ଶେଷ ତାରିଖ ଅଗଷ୍ଟ ୨୦ ରହିଛି । ସେହିପରି ଏହି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅଗଷ୍ଟ ୨୮ ତାରିଖରେ ଅନୁଷ୍ଠିତ ହେବ ।