ଭୁବନେଶ୍ବର:ଇତିହାସ ରଚିଲେ ତାମିଲନାଡୁର ଝିଅ ଭବାନୀ ଦେବୀ । ପ୍ରଥମ ଭାରତୀୟ ଫେନ୍ସର ଭାବେ ଟୋକିଓ ଅଲମ୍ପିକ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଭବାନୀ । ସେ ହଙ୍ଗେରୀ ବିଶ୍ବକପରେ ସ୍ଥାନ ପକ୍କା କରିଥିଲେ । ଆୟୋଜତ ଟିମ କ୍ବାର୍ଟର ଫାଇନାଲରେ ପରାସ୍ତ ହେବା ପରେ ଟିମ ଇଭେଣ୍ଟରେ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଥିଲା ।
ଭବାନୀ ଦେବୀ ଏଓଆର ନିୟମ ଅନୁଯାୟୀ, ଯୋଗ୍ୟତା ଅର୍ଜନ କରିଥିଲେ ।
ଏପ୍ରିଲ5, 2021 ସୁଦ୍ଧା ବିଶ୍ବ ରାକିଂରେ ସ୍ଥାନ ଅନୁଯାୟୀ, ଏସିଆ ଓ ଓସେସିଆ ଦେଶରୁ ଦୁଇଟି ବ୍ୟକ୍ତିଗତ ସ୍ଥାନ ରହିଥିଲା । ଏହି ରାକିଂ ଆଧାରରେ 45 ସ୍ଥାନରେ ରହିବା ସହ ଗୋଟିଏ ସ୍ଥାନ ହାତେଇଛନ୍ତି ଭବାନୀ ।