ଓଡିଶା

odisha

ETV Bharat / sports

ସିମ୍ରନଜିତ, ସୋନିଆ, ସୋଲାଙ୍କିଙ୍କୁ ଅର୍ଜୁନ ଆୱାର୍ଡ ପାଇଁ BFIର ସୁପାରିଶ - ସିମ୍ରନଜିତ କୌର

ଭାରତୀୟ ମୁଷ୍ଟିଯୋଦ୍ଧା ମହାସଂଘ(BFI) ଗୌରବ ସୋଲାଙ୍କି, ସୋନିଆ ଓ ସିମ୍ରନଜିତ କୌରଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି । ଅଧିକ ପଢନ୍ତୁ...

BFI recommends Gaurav Solanki, Sonia and Simranjit Kaur's names for Arjuna Award
ସିମ୍ରନଜିତ, ସୋନିଆ, ସୋଲାଙ୍କିଙ୍କୁ ଅର୍ଜୁନ ଅୱାର୍ଡ ପାଇଁ BFIର ସୁପାରିଶ

By

Published : Jul 3, 2021, 6:19 PM IST

ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ମହାସଂଘ(BFI) ଗୌରବ ସୋଲାଙ୍କି, ସୋନିଆ ଓ ସିମ୍ରନଜିତ କୌରଙ୍କ ନାମ ଅର୍ଜୁନ ଅୱାର୍ଡ ପାଇଁ ସୁପାରିଶ କରିଛି । ତେବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ସଂଘ ଏଯାବତ କୌଣସି ଖେଳାଳିଙ୍କୁ ମନୋନୀତ କରିନାହିଁ ।

60 କିଲୋଗ୍ରାମ ବର୍ଗରେ ସିମ୍ରନଜିତ 2018 ବିଶ୍ବ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ଜିତିଥିଲେ ଓ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 4 ଜଣ ମହିଳା ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ରହିଛନ୍ତି ।

ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ ଆବେଦନର ଶେଷ ତାରିଖ ଘୁଞ୍ଚାଇଥିଲା । ପୂର୍ବରୁ ଜୁନ 21 ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିଲା । କ୍ରୀଡା ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍‌, ସଂସ୍ଥା ଓ ବିଶ୍ବବିଦ୍ୟାଳୟର ନାମ ଇମେଲ ଯୋଗେ ଆଦେବନ କରିପାରିବେ । ଏନେଇ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଥିଲା ।

ମନିକା ବାତ୍ରା, ରୋହିତ ଶର୍ମା, ଭିନେଶ ଫୋଗଟ, ରାନୀ ରାମପାଲ ଓ ମାରିୟାପ୍ପନ ଫାଙ୍ଗାଭେଲୁଙ୍କୁ ଗତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ 5 ଜଣ କ୍ରୀଡାବିତ୍‌ଙ୍କୁ ଏହି ପୁରସ୍କାର ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details