ନୂଆଦିଲ୍ଲୀ: ଭାରତୀୟ ବକ୍ସି ଫେଡେରେସନ(BFI) ନୂଆ ଗାଇଡଲାଇନର ପାଳନ ସହ ଅଭ୍ୟାସ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ସମସ୍ତ ଜାତୀୟ କ୍ୟାମ୍ପ ବନ୍ଦ ରହିଥିଲା । ମାତ୍ର ଭାରତୀୟ ବକ୍ସର ଆଗାମୀ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ନେଇ ସବୁଜ ସଙ୍କେତ ମିଳିଛି ।
ଖେଳାଳିଙ୍କୁ ଭାରତୀୟ ବକ୍ସିଂ ଫେଡେରେସନର କୋଭିଡ-19 ବୀମା - COVID-19
ଭାରତୀୟ ବକ୍ସି ଫେଡେରେସନ(BFI) ନୂଆ ଗାଇଡଲାଇନର ପାଳନ ସହ ଅଭ୍ୟାସ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଛି । ତେବେ ଆରମ୍ଭ ହେବାକୁ ଥିବା ଜାତୀୟ କ୍ୟାମ୍ପରେ ଜାତୀୟ କୋଚିଂ ଷ୍ଟାଫ, ସମସ୍ତ ବକ୍ସର ଓ ସପୋର୍ଟ ଷ୍ଟାଫଙ୍କୁ ବୀମା ଯୋଗାଇଦେବ ଭାରତୀୟ ବକ୍ସି ଫେଡେରେସନ।
![ଖେଳାଳିଙ୍କୁ ଭାରତୀୟ ବକ୍ସିଂ ଫେଡେରେସନର କୋଭିଡ-19 ବୀମା BFI introduces Special COVID-19 ' insurance-cover for national campers](https://etvbharatimages.akamaized.net/etvbharat/prod-images/768-512-7243384-thumbnail-3x2-ksd.jpg)
ଖେଳାଳିଙ୍କ ପାଇଁ ଭାରତୀୟ ବକ୍ସିଂ ଫେଡେରେସନର କୋଭିଡ-19 ବୀମା ଘୋଷଣା
ତେବେ ଆରମ୍ଭ ହେବାକୁ ଥିବା ଜାତୀୟ କ୍ୟାମ୍ପରେ ଜାତୀୟ କୋଚିଂ ଷ୍ଟାଫ, ସମସ୍ତ ବକ୍ସର ଓ ସପୋର୍ଟ ଷ୍ଟାଫଙ୍କୁ ବୀମା ଯୋଗାଇଦେବ ଭାରତୀୟ ବକ୍ସି ଫେଡେରେସନ। ଏହାର ନାମ କୋଭିଡ-19 ବୀମା ରଖାଯାଇଛି । ତେବେ କେବଳ ଜାତୀୟ କ୍ୟାମ୍ପରେ ଭାଗନେଇଥିବା ଖେଳାଳି, କୋଚ ଓ ଷ୍ଟାଫଙ୍କୁ ବୀମା ଅନ୍ତର୍ଭୁକ୍ତ ହୋଇପାରିବେ ।
ଅଭ୍ୟାସ କ୍ୟାମ୍ପ ଆରମ୍ଭ ପୂର୍ବରୁ ଗାଇଡଲାଇନ ମୁତାବକ, ସମସ୍ତ ଖେଳାଳି, କୋଚ ଓ ଷ୍ଟାଫଙ୍କ କୋରୋନା ଟେଷ୍ଟ କରାଯିବ । ରେଡ ଜୋନରୁ ଆସିଥିବା ଖେଳାଳି 14 ଦିନ ଓ ଗ୍ରିନ-ଅରେଞ୍ଜ ଜୋନରୁ ଆସିଥିବା ଖେଳାଳି 5ଦିନ ପର୍ଯ୍ୟନ୍ତ ଅଭ୍ୟାସ ପୂର୍ବରୁ ହୋମ କ୍ବାରେଣ୍ଟିନରେ ରହିବେ ।