ଓଡିଶା

odisha

ETV Bharat / sports

କାଶ୍ମୀର କୁସ୍ତିଯୋଦ୍ଧାଙ୍କ ନୂଆ ନାରା, 'ବେଟି ବଚାଓ ଯୋଦ୍ଧା ବନାଓ'

ଚର୍ଚ୍ଚାରେ ଜାମ୍ମୁ କାଶ୍ମୀର କୁସ୍ତିଯୋଦ୍ଧା ନାଇଦା ନବିଙ୍କ ନୂଆ ନାରା 'ବେଟି ବଚାଓ ଯୋଦ୍ଧା ବନାଓ' ।

By

Published : Oct 4, 2019, 11:55 PM IST

ଡିଜାଇନ ଫଟୋ

କଟରା: ଚର୍ଚ୍ଚାରେ ଜମ୍ମୁ କାଶ୍ମୀର କୁସ୍ତିଯୋଦ୍ଧା ନାଇଦା ନବିଙ୍କ ନୂଆ ନାରା 'ବେଟି ବଚାଓ ଯୋଦ୍ଧା ବନାଓ' । ନାଇଦା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବେଟି ବଚାଓ ବେଟି ପଢାଅ ନାରା ଦେଇଛନ୍ତି । ତେବେ ନୂଆ ନାରା ଅନୁସାରେ କାଶ୍ମୀର ଉପତ୍ୟକାର ଝିଅ ନିଜର ସ୍ବପ୍ନ ପୂରଣ କରିପାରିବେ । ସମସ୍ତ କାଶ୍ମୀର ଝିଅଙ୍କୁ ନାଇଦା ଅପିଲ କରିଛନ୍ତି ଓ ଦୃଢତାର ସହ ସାମ୍ନାକୁ ଆସନ୍ତୁ ଓ ସମସ୍ତଙ୍କୁ ଗର୍ବିତ କରାନ୍ତୁ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କାଶ୍ମୀରର କାତ୍ରାରେ ଅନୁଷ୍ଠିତ ହେଉଥିବା 'ମିଶନ ଦୋସ୍ତି ମହା ଦଙ୍ଗଲ' ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ନାଇଦା । 2018ରେ ଉତ୍ତରପ୍ରଦେଶର ଗୋଣ୍ଡାରେ ପ୍ରଥମ ଜାତୀୟ ସିନିୟର କୁସ୍ତି ଚମ୍ପିଆନସିପ ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା । ତେବେ ନାଇଦାଙ୍କ ପ୍ରଦର୍ଶନ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଭାବି ରହିନଥିଲା । ତେବେ ଉପଯୁକ୍ତ ପ୍ରଶିକ୍ଷଣ ନଥିଲେ ମଧ୍ୟ ସେ କୁସ୍ତି ଛାଡି ନଥିଲେ । ବିନା ନିୟମିତ କୋଚରେ ସେ ଆଗକୁ ବଢିଥିଲେ । ନିଜର ବନ୍ଧୁ ନିଶା ଶର୍ମା ଓ ଆଶିକ କୁମାର କୋଚର ଦାୟିତ୍ବ ତୁଲାଇ ସାହାସ ଦେଇଥିବା ସେ କହିଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ତଜାର୍ତୀୟ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ବ କରିବାକୁ ନାଇଦା ଚାହାଁନ୍ତି ବୋଲି କହିଛନ୍ତି । ଏଥିସହିତ କାଶ୍ମୀର ଉପତ୍ୟକାର ସମସ୍ତ ଝିଅଙ୍କୁ ପ୍ରଶିକ୍ଷଣ ଦେବାକୁ ତାଙ୍କ ଲକ୍ଷ୍ୟ ରହିଥିବା କହିଛନ୍ତି ।

ABOUT THE AUTHOR

...view details