ଓଡିଶା

odisha

ETV Bharat / sports

ଆସନ୍ତାକାଲି ଠାରୁ ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା, ଅଂଶ ଗ୍ରହଣ କରିବେ 12 ରାଜ୍ୟ - ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା

4ର୍ଥ ଥର ପାଇଁ ଭୁବନେଶ୍ୱରରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଆନ୍ତଃ ବାସ୍କେଟବଲ ମ୍ୟାଚ । ଭାଗ ନେବେ 12ଟି ରାଜ୍ୟର ପ୍ରାୟ 150 ଖେଳାଳି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

basketball
basketball

By

Published : Feb 2, 2020, 9:29 PM IST

ଭୁବନେଶ୍ବର: ଭାରତୀୟ ଷ୍ଟେଟବ୍ୟାଙ୍କ ଅୟୋଜନ କରୁଛି 4ର୍ଥ ଥର ପାଇଁ ବାସ୍କେଟବଲ ମ୍ୟାଚ । 4 ଦିନ ଧରି ମ୍ୟାଚ ଅୟୋଜନ କରାଯାଉଥିବାବେଳେ 12ଟି ରାଜ୍ୟର ପ୍ରାୟ 150 ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ କଲ୍ୟାଣ ଆନୁକୂଲ୍ୟରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା କାଲି ଠାରୁ ଆରମ୍ଭ କରି 6 ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ । ଏହି ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ।

ଏହି ପ୍ରତିଯୋଗିତାରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖେଳାଳି ଭାଗ ନେଉଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା

ଆସନ୍ତା ଫେବୁୟାରୀ 3 ତାରିଖ ସଂନ୍ଧ୍ୟାରେ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା । ଉଦ୍‌ଯାପନୀ ଉତ୍ସବରେ ମୁମ୍ବାଇର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଆଲୋକ କୁମାର ଚୌଧୁରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details