ଓଡିଶା

odisha

ETV Bharat / sports

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟଙ୍କ ନିଧନ - ଏନ୍‌ବିଏର ଷ୍ଟାର ଖେଳାଳି କୋବି ବ୍ରାୟଣ୍ଟଙ୍କ ନିଧନ

ଏନ୍‌ବିଏର ଷ୍ଟାର ଖେଳାଳି କୋବେ ବ୍ରାୟଣ୍ଟଙ୍କ ହେଲିକପ୍ଟର କ୍ରାସରେ ମୃତ୍ୟୁ । ତାଙ୍କ ସହ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

kobe bryantkobe bryant
kobe bryant

By

Published : Jan 27, 2020, 3:54 AM IST

Updated : Jan 27, 2020, 8:29 AM IST

ହାଇଦ୍ରାବାଦ: ହେଲିକପ୍ଟର ଦୁର୍ଘଟଣାରେ ଆମେରିକାର ମହାନ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏର ଷ୍ଟାର କୋବେ ବ୍ରାୟଣ୍ଟଙ୍କ ମୃତ୍ୟୁ ହୋଇଛି । ରବିବାର ଦିନ 41 ବର୍ଷୀୟ ବ୍ରାୟଣ୍ଟ ନିଜର ହେଲିକପ୍ଟରରେ ଯାତ୍ରା କରୁଥିବା ସମୟରେ କାଲିଫର୍ଣ୍ଣିଆର କାଲାବେସସରେ ତାଙ୍କର ହେଲିକପ୍ଟର କ୍ରାସ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ani_digital

କୋବିଙ୍କ ସହ ଯାତ୍ରା କରୁଥିବା ଅନ୍ୟ 9ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରେ କୋବେଙ୍କ 13 ବର୍ଷୀୟ ଝିଅ ଜିଆନା ମଧ୍ୟ ରହିଥିବା ମିଡିଆ ରିପୋର୍ଟ ପ୍ରକାଶ କରିଛି ।

ତାଙ୍କର ମୃତ୍ୟୁ ଖବର ମିଳିବା ପରେ ତାଙ୍କର ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତେବେ ତାଙ୍କ ସହ ଯାତ୍ରା କରୁଥିବା ଅନ୍ୟ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ କ୍ରାସର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।

ସୂଚନାଥାଉକି, କୋବେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନବିଏ) ପାଇଁ 20ବର୍ଷ ଖେଳିଛନ୍ତି । ଏହି ସମୟରେ ସେ 5ଥର ଚମ୍ପିଆନ ମଧ୍ୟ ହୋଇଛନ୍ତି ।

Last Updated : Jan 27, 2020, 8:29 AM IST

ABOUT THE AUTHOR

...view details