ଓଡିଶା

odisha

By

Published : Apr 9, 2022, 6:10 PM IST

ETV Bharat / sports

୬୫ ବର୍ଷରେ କମାଲ, ଅବସର ପରେ ବଡ଼ି ବିଲ୍ଡିଂରେ ଜିତିଲେ ଗୋଲ୍ଡ ମେଡାଲ୍‌

ପୁଡ଼ୁଚେରୀରେ ଆୟୋଜିତ ସର୍ବଭାରତୀୟ ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବାଲେଶ୍ଵରର 65 ବର୍ଷୀୟ ତରୁଣ ଚାଟାର୍ଜୀ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ଏହି ସଫଳତା ପାଇଁ ତାଙ୍କ ଏବେ ପ୍ରଶଂସାର ସୁଅ ଛୁଟୁଛି । ଅଧିକ ପଢନ୍ତୁ

Baleswar retired man won Gold Medal in body building At the age of 65
୬୫ ବର୍ଷରେ କମାଲ, ବଡ଼ି ବିଲ୍ଡିଂରେ ସର୍ବ ଭାରତୀୟ ସ୍ୱର୍ଣ୍ଣ ପଦକ ହାସଲ

ବାଲେଶ୍ବର: ପୁଡ଼ୁଚେରୀରେ ଆୟୋଜିତ ସର୍ବ ଭାରତୀୟ ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବାଲେଶ୍ଵରର 65 ବର୍ଷୀୟ ତରୁଣ ଚାଟାର୍ଜୀ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ଏହି ସଫଳତା ପାଇଁ ତାଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି । ସାଧାରଣତଃ ୫୦ ବର୍ଷ ଟପିଲେ ଶରୀରର ଶକ୍ତି ହ୍ରାସ ହୋଇଥାଏ । ସେମାନେ ସେତେବେଳେ ସ୍ବାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଦେଇପାରନ୍ତି ନାହିଁ । ମାତ୍ର ସୁସ୍ଥ ମଣିଷ ତରୁଣ ଚାଟାର୍ଜୀ ଚାକିରୀରୁ ଅବସର ନେବାପରେ ଅରମ୍ଭ କରିଥିଲେ ବଡ଼ି ବିଲଡ଼ିଂ । ତାଙ୍କର ସାଧନା ପାଇଁ ସେ ପାଇପାରିଛନ୍ତି ସର୍ବଭାରତୀୟ ସ୍ତରରେ ସ୍ବର୍ଣ୍ଣ ପଦକ । ତରୁଣ ନିଜ ଶରୀରକୁ ସୁସ୍ଥ ରଖିବାପାଇଁ ଦିନରେ ୫ରୁ ୬ ଘଣ୍ଟା ବ୍ୟାୟାମ କରିଥାନ୍ତି।

୬୫ ବର୍ଷରେ କମାଲ, ଅବସର ପରେ ବଡ଼ି ବିଲ୍ଡିଂରେ ଜିତିଲେ ଗୋଲ୍ଡ ମେଡାଲ୍‌

ନିଜ ଶରୀରକୁ ସୁସ୍ଥ ରଖିବା ସହ ଅନ୍ୟମାନଙ୍କ ଶରୀର କେମିତି ସୁସ୍ଥ ରହିବ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେଇଥାନ୍ତି । ତରୁଣ ପୂର୍ବରୁ ଓଡ଼ିଶା ଭିତରେ କିଛି ସଫଳତା ଲାଭ କରିଥିବା ବେଳେ ଗତମାସ ୨୨ ଓ ୨୩ ତାରିଖରେ ପୁଡ଼ୁଚେରୀରେ ଆୟୋଜିତ ସର୍ବଭାରତୀୟ ସ୍ତରୀୟ ବଡ଼ିବିଲଡ଼ିଂ ପ୍ରତିଯୋଗୀତାରେ ୬୦ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ ପଦକ ହାସଲ କରିପାରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details