ମନିଲା(ଫିଲିପାଇନ୍ସ):ଚଳିତ ବ୍ୟାଡ୍ମିଣ୍ଟନ ଏସିଆନ ଚାମ୍ପିୟନସିପରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଜାରି । ଦୁଇ ଥରର ଅଲମ୍ପିକ ଚାମ୍ପିୟନ ସିନ୍ଧୁ, ସିଙ୍ଗାପୁରର ୟୁଏ ୟନ ଜସନିଲ ହୁଇଙ୍କୁ ସିଧାସଳଖ ସେଟ୍ରେ ହରାଇ ଗୁରୁବାର ବ୍ୟାଡ୍ମିଣ୍ଟନ ଏସିଆନ ଚାମ୍ପିୟନସିପର ମହିଳା ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।
Badminton Asia Championships: କ୍ବାର୍ଟର ଫାଇନାଲରେ ପିଭି ସିନ୍ଧୁ - ବ୍ୟାଡ୍ମିଣ୍ଟନ ଏସିଆନ ଚାମ୍ପିୟନସିପ 2022
ଦୁଇ ଥରର ଅଲମ୍ପିକ ଚାମ୍ପିୟନ ସିନ୍ଧୁ, ସିଙ୍ଗାପୁରର ୟୁଏ ୟନ ଜସନିଲ ହୁଇଙ୍କୁ ସିଧାସଳଖ ସେଟ୍ରେ ହରାଇ ବ୍ୟାଡ୍ମିଣ୍ଟନ ଏସିଆନ ଚାମ୍ପିୟନସିପର ମହିଳା ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ
![Badminton Asia Championships: କ୍ବାର୍ଟର ଫାଇନାଲରେ ପିଭି ସିନ୍ଧୁ Badminton Asia C'ships: Sindhu, Satwiksairaj-Shetty advance into quarter-finals](https://etvbharatimages.akamaized.net/etvbharat/prod-images/768-512-15139978-thumbnail-3x2-sindhu.jpg)
Badminton Asia Championships: କ୍ବାର୍ଟର ଫାଇନାଲରେ ପିଭି ସିନ୍ଧୁ
୨୦୧୪ ଏସିଆ ଚାମ୍ପିୟନସିପରେ ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁ, ୪୨ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ କମ୍ ମାନ୍ୟତାର ଜାସଲିନ ହୁଇଙ୍କୁ ୨୧-୧୬, ୨୧-୧୬ ସେଟ୍ରେ ହରାଇଛନ୍ତି । ପରବର୍ତ୍ତୀ ମ୍ୟାଚ୍ରେ ସିନ୍ଧୁ, ଚାଇନାର ହି ବିଙ୍ଗ ଜିଆଓଙ୍କୁ ଭେଟିବେ । ଜିଆଓଙ୍କ ବିପକ୍ଷରେ ସିନ୍ଧୁଙ୍କ ବିଜୟ ରେକର୍ଡ ୭-୯ ରହିଛି ।
ଅନ୍ୟପଟେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ବିକସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଶୀର୍ଷ ୮ରେ ପ୍ରବେଶ କରିଛନ୍ତି । ଜାପାନିଜ ଯୋଡି ଅକିରା କୋଗା ଓ ତାଇଚି ସାଇତୋଙ୍କୁ ୨୧-୧୭, ୨୧-୧୫ ସିଧାସଳଖ ସେଟ୍ରେ ହରାଇଛନ୍ତି ଭାରତୀୟ ଯୋଡି ।