ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ପୋଲାଣ୍ଡ ଟେନିସ ଷ୍ଟାର ଇଗା ସ୍ବିଆତେକ ଚଳିତ ଅଷ୍ଟ୍ରେଲିଆନ ଓପନ(Australian Open) ଟେନିସ ଟୁର୍ନାମେଣ୍ଟର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେଟ୍ରେ ପରାଜୟ ପରେ ଦମଦାର କମବ୍ୟାକ୍ ସହ ପରବର୍ତ୍ତୀ ଦୁଇଟି ସେଟ୍କୁ ନିଜ ନାମରେ କରିଛିଲେ ସ୍ବିଆତେକ୍ । ଏଥିସହ ରୋମାନିଆର କିରଷ୍ଟିଆ ସୋରନାଙ୍କୁ ୫-୭, ୬-୩, ୬-୩ ସେଟ୍ରେ ହରାଇ ମଙ୍ଗଳବାର ନିଜର ପ୍ରଥମ ମେଲବୋର୍ଣ୍ଣ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।
Australian Open: କ୍ବାର୍ଟର-ଫାଇନାଲରେ ଇଗା ସ୍ବିଆତେକ - ଅଷ୍ଟ୍ରେଲିଆନ ଓପନ ୨୦୨୨
ପୋଲାଣ୍ଡ ଟେନିସ ଷ୍ଟାର ଇଗା ସ୍ବିଆତେକ ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଣ୍ଟର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ
ଏହାମଧ୍ୟ ପଢନ୍ତୁ:ଓଡିଶା ମାଟିରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ, ଉତ୍ସାହିତ ଆୟୋଜକ ଓ ଖେଳାଳି
୨୦୨୦ ଫ୍ରେଞ୍ଚ୍ ଓପନ ଚମ୍ପିଆନ ସ୍ବିଆତେକ ୨୦୨୧ରେ ମଧ୍ୟ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଥିଲେ । ସ୍ବିଆତେକ ଗତ ସିଜିନର ଏକମାତ୍ର ଖେଳାଳି ଭାବେ ଚତୁର୍ଥ ରାଉଣ୍ଡ କିମ୍ବା ସମସ୍ତ ୪ଟି ଗ୍ରାଣ୍ଡସ୍ଲାମ ଇଭେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଅନ୍ୟଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଫ୍ରେଞ୍ଚ୍ ଟେନିସ ଷ୍ଟାର ଏଲିଜ କର୍ନେଟ୍ ନିଜର ୬୩ତମ ଗ୍ରାଣ୍ଡସ୍ଲାମରେ ରୋମାନିଆର ସିମୋନା ହେଲେପଙ୍କୁ ୬-୪, ୩-୬, ୬-୪ ସେଟ୍ରେ ପରାସ୍ତ କରି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।