ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ରୋମାଞ୍ଚକର ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ପରେ ମହିଳା ଡବଲ୍ସ ଫାଇନାଲରେ ମଧ୍ୟ ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଛି । ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡି ବାର୍ବୋରା କ୍ରେଜସିକୋଭା ଓ କାଟେରିନା ସିନିଆକୋଭା ମହିଳା ଡବଲ୍ସ ଫାଇନାଲ ମୁକାବିଲାରେ ବିଜୟ ସହ ପ୍ରଥମ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ହାତେଇଛନ୍ତି ।
Australian Open: କ୍ରେଜସିକୋଭା-ସିନିଆକୋଭା ମହିଳା ଡବଲ୍ସ ଚାମ୍ପିଅନ - ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ବିଜେତା
ଦୁଇ ଘଣ୍ଟା ୪୨ ମିନିଟ୍ ଧରି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଏନା ଡାନିଲିନା ଓ ବିଟରିଜ ହଡ୍ଡାଡ ମାରିଆଙ୍କୁ ୬-୭(୩) ୬-୪ ୬-୪ ସେଟ୍ରେ ହରାଇ ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ଚାମ୍ପିଅନ ହୋଇଛନ୍ତି ବାର୍ବୋରା କ୍ରେଜସିକୋଭା ଓ କାଟେରିନା ସିନିଆକୋଭା । ଅଧିକ ପଢନ୍ତୁ
ଦୁଇ ଘଣ୍ଟା ୪୨ ମିନିଟ୍ ଧରି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଏନା ଡାନିଲିନା ଓ ବିଟରିଜ ହଡ୍ଡାଡ ମାରିଆଙ୍କୁ ୬-୭(୩) ୬-୪ ୬-୪ ସେଟ୍ରେ ହରାଇଛନ୍ତି । ଏହି ରୋମାଞ୍ଚକର ମୁକାବିଲା ଦୁଇ ଘଣ୍ଟା ୪୨ ମିନିଟ୍ ଧରି ଖେଳାଯାଇଥିଲା ।
ଏହି ବିଜୟ କ୍ରେଜସିକୋଭା ଓ ସିନିଆକୋଭା ଯୋଡିଙ୍କ ପାଇଁ ଚତୁର୍ଥ ଗ୍ରାଣ୍ଡସ୍ଲାମ ମହିଳା ଡବଲ୍ସ ଟାଇଟେଲ୍ । ମହିଳା ସିଙ୍ଗଲ୍ସ ଚାମ୍ପିଅନ ଆସ ବାର୍ଟିଙ୍କ ପରି ଏହି ଯଏାଡି ମଧ୍ୟ ସମସ୍ତ ତିନୋଟି ବଡ ଟୁର୍ନାମେଣ୍ଟରେ ଟ୍ରଫି ବିଜେତା ହୋଇଛନ୍ତି । ପୂର୍ବରୁ ୨୦୧୮ ରୋନାଲ୍ଡୋ ଗାରୋସ ଓ ୱିମ୍ବଲଡନ ଟାଇଟେଲ ବିଜେତା ରହିସାରିଛନ୍ତି ଏହି ଯୋଡି ।
ANI