ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ୨୦୨୨ ଟେନିସ ଟୁର୍ଣ୍ଣାମେଣ୍ଟରେ ବିଶ୍ବ ମହିଳା ଟେନିସ ମାନ୍ୟତାର ନମ୍ବର ୧ ଖେଳାଳି ଆସଲେ ବାର୍ଟି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଅମନ୍ଦା ଆନିସିମୋଭାଙ୍କୁ ହରାଇ କ୍ବାର୍ଟର ଟିକେଟ ହାତେଇଛନ୍ତି ବାର୍ଟି ।
ଏହାମଧ୍ୟ ପଢନ୍ତୁ:ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଟାଇଟେଲ ଜିତିଲେ ସିନ୍ଧୁ
୨୦ ବର୍ଷୀୟା ଆନିସିମୋଭାଙ୍କୁ ୭୪ ମିନିଟ୍ ଧରି ଖେଳାଯାଇଥିବା ମ୍ୟାଚ୍ରେ ବାର୍ଟି ୬-୪, ୬-୩ ସିଧାସଳଖ ସେଟ୍ରେ ହରାଇଛନ୍ତି । ଫଳରେ କ୍ବାର୍ଟର-ଫାଇନାଲରେ ବିଶ୍ବ ମାନ୍ୟତାର ୨୧ନମ୍ବର ଖେଳାଳି ଜେସିକା ପେଗୁଲାଙ୍କୁ ଭେଟିବେ ବାର୍ଟି । ଅନ୍ୟଏକ ମ୍ୟାଚ୍ରେ ଗ୍ରୀସ୍ର ବିଶ୍ବ ମାନ୍ୟତାର ନମ୍ବର ୫ ଖେଳାଳି ମାରିଆ ସକାରିଙ୍କୁ ୭-୬(୦), ଓ ୬-୩ ସେଟ୍ରେ ହରାଇ କ୍ରମାଗତ ଦ୍ବିତୀୟ ସିଜିନ ପାଇଁ ଶୀର୍ଷ ୮ରେ ପ୍ରବେଶ କରିଛନ୍ତି ଜେସିକା ।
IANS