ପଟିଆଲା:ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିବେ ଦେଶର ତାରକା ଧାବିକା ଦୂତୀ ଚାନ୍ଦ । ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ IV ରେ ମହିଳା 100 ମିଟର ବର୍ଗରେ ଅଂଶଗ୍ରହଣ କରିବେ ଦୂତୀ । ଭାରତୀୟ ଆଥଲେଟିକ୍ସ ଫେଡେରେସନ(AFI) ୱେବସାଇଟରେ ପ୍ରକାଶିତ ସୂଚୀ ଅନୁଯାୟୀ, ଦୂତୀ, ଧନଲକ୍ଷ୍ମୀ ଓ ହିମାଶ୍ରୀ ରୟଙ୍କ ସମେତ କେବଳ 7ଜଣ ଦୌଡକୁଦ ପ୍ରତିଯୋଗୀ ରହିଛନ୍ତି ।
ମାର୍ଟ୍ଟରେ ଆୟୋଜିତ ଫେଡେରେସନ କପ୍ ଆଥଲେଟିକ୍ସ ପ୍ରତିଯୋଗିତାରେ ଧନଲକ୍ଷ୍ମୀ 100 ମିଟର ବର୍ଗରେ ଦୂତୀଙ୍କୁ ମାତ ଦେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଦୂତୀ ରୌପ୍ୟରେ ସନ୍ତୁଷ୍ଟ କରାଇଥିଲେ ।
ଧନଲକ୍ଷ୍ମୀ ମଧ୍ୟ IGP IV ରେ 200 ମିଟର ଇଭେଣ୍ଟରେ ଅଂଶଗ୍ରହ କରିବେ । ସେହିପରି ଆହତ ସମସ୍ୟାରୁ ମୁକୁଳିଥିବା ଆସାମ ଧାବିକା ହିମା ଦାସ 400 ମିଟର ବଦଳରେ 200 ମିଟର ଇଭେଣ୍ଟରେ ସୋମବାର ନଜର ଆସିବେ । ଦୂତୀଙ୍କ ସମେତ ପାଞ୍ଚଜଣ ଧାବିକା 200 ମିଟର ଇଭେଣ୍ଟରେ ରହିଛନ୍ତି ।