ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପ୍ରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ବିଶ୍ବ ନମ୍ବର 1 ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । 65 କିଲୋଗ୍ରାମ ବର୍ଗରେ ଆହତ ବଜରଙ୍ଗ ଫାଇନାଲରୁ ଓହରିବା ପରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି ।
ଫାଇନାଲରୁ ବଜରଙ୍ଗ ଓହରିବା ପରେ ଜାପାନର ଟାକୁଟୋ ଓଟୁଗୁରୋ ଏସିଆନ ଚମ୍ପିଆନସିପ ତାଜ୍ ବିଜେତା ହୋଇଛନ୍ତି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଟ୍ବିଟ ଯୋଗେ ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛି ।