ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପରେ ଭାରତର କୁସ୍ତି ଯୋଦ୍ଧା ସୁନୀଲ କୁମାର ରଚିଲେ ଇତିହାସ । 27ବର୍ଷ ପରେ ଗ୍ରିକୋ ରୋମନ ବର୍ଗରେ ଭାରତ ଜିତିଛି ପ୍ରଥମ ସ୍ବର୍ଣ୍ଣ ପଦକ ।
ମଙ୍ଗଳବାର 87 କିଗ୍ରା ବର୍ଗ ଫାଇନାଲରେ କିର୍ଗିସ୍ଥାନର ଅଜାତ ସାଲିଦିନୋଓ୍ବଙ୍କୁ 5-0ରେ ପରାସ୍ତ କରିଛନ୍ତି ଭାରତର କୁସ୍ତି ଯୋଦ୍ଧା ସୁନୀଲ କୁମାର । ସୂଚନାଥାଉକି 1993 ମସିହାରେ ପପ୍ପୁ ଯାଦବ ଭାରତ ପାଇଁ ସ୍ବର୍ଣ୍ଣ ଜିଣିଥିଲେ ।