ଓଡିଶା

odisha

By

Published : Nov 11, 2019, 10:21 PM IST

ETV Bharat / sports

ସୁଟିଂରେ ସୌରଭଙ୍କୁ ରୌପ୍ୟ

14 ତମ ଏସିଆନ ସୁଟିଂ ଚମ୍ପିଆନସିପର 10ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର ଷ୍ଟାର ସୁଟର ସୌରଭ ଚୌଧୁରୀ । ଫାଇନାଲରେ ହାରିବା ପରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସୁଟିଂରେ ସୌରଭଙ୍କୁ ରୌପ୍ୟ

ଦୋହା: ଅଲମ୍ପିକ ଯୋଗ୍ୟତା ହାସଲ କରିଥିବା ସୌରଭ ହେଲେ ନିରାଶ । 14 ତମ ଏସିଆନ ଚମ୍ପିଆନସିପର 10ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର ଷ୍ଟାର ସୁଟର ସୌରଭ ଚୌଧୁରୀ । ଫାଇନାଲରେ ହାରିବା ପରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ତେବେ 17 ବର୍ଷୀୟ ସୌରଭ ଫାଇନାଲରେ 244.5 ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସ୍ୱର୍ଣ୍ଣ ପଦକ ଜିତିଥିବା ଉତ୍ତର କୋରିଆର କିମ ସଙ୍ଗ ଗୁକ୍‌ ରେକର୍ଡ 246.5 ପଏଣ୍ଟ ସ୍କୋର କରିଛନ୍ତି। ବ୍ରୋଞ୍ଜ ପଦକ ପାଇଥିବା ଇରାନ୍‌ର ଏଫ୍‌ ଜାଭେଦ 221.8 ପଏଣ୍ଟ ସ୍କୋର କରିଛନ୍ତି । ସେହିପରି ଫାଇନାଲରେ ଅନ୍ୟତମ ଭାରତୀୟ ଭାବେ ଅଭିଷେକ ବର୍ମା 181.5 ପଏଣ୍ଟ ସହ 5ମ ସ୍ଥାନରେ ରହିଛନ୍ତି। ଉଭୟେ 2020 ଅଲିମ୍ପିକ୍ସ ଟିକେଟ ପୂର୍ବରୁ ହାସଲ କରିସାରିଛନ୍ତି।

ABOUT THE AUTHOR

...view details