ଓଡିଶା

odisha

By ETV Bharat Odisha Team

Published : Oct 23, 2023, 12:29 PM IST

Updated : Oct 23, 2023, 12:40 PM IST

ETV Bharat / sports

Asian Para Games 2023: ହାଇ ଜମ୍ପ୍‌ରେ ସ୍ବର୍ଣ୍ଣ ଜିତିଲେ ନିଶାଦ କୁମାର, 10 ମିଟର ଏୟାର ରାଇଫଲରେ ଅବନିଙ୍କୁ ସ୍ବର୍ଣ୍ଣ

ପୁରୁଷ ହାଇ ଜମ୍ପ T47ରେ ଭାରତର ନିଶାଦ କୁମାର ସ୍ୱର୍ଣ୍ଣ ଜିତିଛନ୍ତି । ମିକ୍ସଡ୍‌ 50 ମିଟର ପିସ୍ତଲ SH1 ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଅଧିକ ପଢ଼ନ୍ତୁ

Asian Para Games
Asian Para Games

ହଙ୍ଗଝୌ: ପାରା ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଭାରତକୁ ସ୍ବର୍ଣ୍ଣ ବର୍ଷା । ପୁଣି ସ୍ୱର୍ଣ୍ଣ ପଦକ ହାସଲ କଲେ ଭାରତୀୟ କ୍ରୀଡ଼ାବିତ । ପୁରୁଷ ହାଇ ଜମ୍ପ୍‌ T47ରେ ଭାରତର ନିଶାଦ କୁମାର ସ୍ୱର୍ଣ୍ଣ ଜିତିଛନ୍ତି । 2.02 ମିଟର ଲମ୍ଫ ମାରି ସ୍ୱର୍ଣ୍ଣ ପଦକକୁ ନିଜ ନାମରେ କରିଛନ୍ତି ନିଶାଦ । ସେହିପରି ଚୀନର ହଙ୍ଗଜି ଚେନ୍‌ 1.94 ମିଟର ଲମ୍ଫ ମାରିଥିବା ବେଳେ ଭାରତର ରାମ ପାଲ ସମାନ ମିଟର ଲମ୍ଫ ମାରି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପାରା ଏସୀୟ କ୍ରୀଡ଼ାର ପାରା ସୁଟିଂ ଇଭେଣ୍ଟ୍‌ରେ ମଧ୍ୟ ଭାରତ ପଦକ ହାସଲ କରିଛି । 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ଅବନୀ ଲେଖାରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମିଶ୍ରିତ ଯୁଗଳ ବର୍ଗର 50 ମିଟର ପିସ୍ତଲ SH1 ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ରୁଦ୍ରାଂଶ ଏହି ପଦକ ହାସଲ କରିଛନ୍ତି। ପାରା ସୁଟିଂରେ ଭାରତକୁ 2ଟି ମେଡାଲ ମିଳିଛି ।

ଏହା ମଧ୍ୟ ପଢନ୍ତୁ-Asian Para Games 2023: ପୁରୁଷ କ୍ଲବ ଥ୍ରୋ'ରେ ପୋଡିୟମ କବଜା କଲେ ଭାରତୀୟ କ୍ରୀଡାବିତ

ଆଜି ସକାଳ ସମୟରେ ପାରା ଏସୀୟ କ୍ରୀଡ଼ାର ପଦକ ପ୍ରତିଦ୍ବାନ୍ଦିତା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ପାଇଁ ସିଲଭର ପଦକ ହାସଲ କରିଥିଲେ ପ୍ରାଚୀ ଯାଦବ । ମହିଳା ବିଭାଗର କାନୋଏ ଇଭେଣ୍ଟ୍‌ରେ VL2 ବର୍ଗରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହାପରେ T63 କାଟାଗୋରୀ ପୁରୁଷ ହାଇ ଜମ୍ପ୍‌ ଇଭେଣ୍ଟରେ ପୋଡିୟମ ଅକ୍ତିଆର କରିଥିଲେ ଭାରତୀୟ କ୍ରୀଡାବିତ । ଭାରତର ଶୈଲେଶ କୁମାର ସ୍ୱର୍ଣ୍ଣ ଜିତିଥିବା ବେଳେ ମାରିଆପାନ୍ ଥାଙ୍ଗାଭେଲୁ ସିଲଭର ଏବଂ ରାମ ସିଂ ପାଧିଆ ବ୍ରୋଞ୍ଜ୍‌ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ-Asian Para Games 2023: ଆରମ୍ଭରୁ କମାଲ କଲେ ଭାରତୀୟ କ୍ରୀଡ଼ାବିତ୍‌, ହାଇ ଜମ୍ପ୍‌ରେ ପୋଡ଼ିୟମ କ୍ଲିନ୍‌ ସୁଇପ୍‌

ପରେ ପରେ ପୁରୁଷ କ୍ଲବ ଥ୍ରୋ' F-51 ଇଭେଣ୍ଟରେ ବି ଭାରତୀୟ କ୍ରୀଡାବୀତ ପୋଡିୟମ ଫିନିସ କରିଥିଲେ । ଭାରତୀୟ କ୍ରୀଡ଼ାବିତ ପ୍ରଣବ ସୋର୍ମା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଧର୍ମବୀର ରୌପ୍ୟ ଓ ଅମିତ ବ୍ରୋଞ୍ଜ୍‌ ମେଡାଲ ହାସଲ କରିଥିଲେ । ପୁରୁଷ ସଟଫୁଟ F11ରେ ଘଙ୍ଗାସ୍ ମୋନୁ 12.33 ମିଟର ଥ୍ରୋ' କରି ବ୍ରୋଞ୍ଜ୍‌ ମେଡାଲ ହାସ କରିଛନ୍ତି । ଏହା ତାଙ୍କ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ । ପାରା ଏସୀୟ କ୍ରୀଡାର ପ୍ରଥମ ଦିନରେ ଭାରତୀୟ କ୍ରୀଡାବିତଙ୍କ ପ୍ରଦର୍ଶନ ଭଲ ରହିଛି । ଚଳିତ ସଂସ୍କରଣରେ ଭାରତର ପଦକ ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

Last Updated : Oct 23, 2023, 12:40 PM IST

ABOUT THE AUTHOR

...view details