ଓଡିଶା

odisha

ETV Bharat / sports

Asian Para Games: ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ରଚିଲା ଭାରତ, ପଦକ ସଂଖ୍ୟା 73ରେ ପହଞ୍ଚିଲା - ପାରା ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ

ହାଙ୍ଗଝୌରେ ଜାରି ରହିଛି ପାରା ଏସୀୟ କ୍ରୀଡାର ଚତୁର୍ଥ ସଂସ୍କରଣ । ତୃତୀୟ ସଂସ୍କରଣରେ ପଦକ ସଂଖ୍ୟା ମୋଚ 72 ଥିବା ବେଳେ ଚତୁର୍ଥ ସଂସ୍କରଣରେ ଏହା 73 ଛୁଇଁଛି । ଅଧିକ ପଢନ୍ତୁ

Asian Para Games
Asian Para Games

By ETV Bharat Odisha Team

Published : Oct 26, 2023, 1:35 PM IST

ହାଙ୍ଗଝୌ: ପାରା ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ପଦକ ସଂଖ୍ୟାରେ ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କଲା ଭାରତ । ପାରା ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା 73 ଛୁଇଁଛି । ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା 72 ରହିଥିବା ବେଳେ ଚତୁର୍ଥ ସଂସ୍କରଣ ଶେଷ ନହେବା ପୂର୍ବରୁ ପଦକ ସଂଖ୍ୟା 73ରେ ପହଞ୍ଚିଛି । ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଚାଲିଛି ଭାରତ । କ୍ରୀଡା ଶେଷ ହେବା ପୂର୍ବରୁ ପଦକ ସଂଖ୍ୟା 100 ପାର ହେବ ବୋଲି ଆଶା କରାଯାଉଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡାବିତଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି ।

କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ପାରା ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । 73ଟି ପଦକ ମଧ୍ୟରେ 17ଟି ସ୍ବର୍ଣ୍ଣ, 21ଟି ରୌପ୍ୟ ଓ 35ଟି ବ୍ରୋଞ୍ଜ ମେଡାଲ ରହିଛି । ଚତୁର୍ଥ ଦିନର ଇଭେଣ୍ଟ ଶେଷ ହୋଇନଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା 9ଟି ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡାବିତ । ସେଥି ମଧ୍ୟରେ 2ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ରହିଛି ।

ଭାରତ ପାଇଁ 73 ତମ ପଦକ ଜିତିଛନ୍ତି ନିତ୍ୟାଶ୍ରୀ । ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମହିଳା ସଟଫୁଟର F-34 ଇଭେଣ୍ଟରେ କ୍ରୀଡାବିତ ଭାଗ୍ୟଶ୍ରୀ ମାଧବରାଓ ଜାଦଭଙ୍କ ରୌପ୍ୟ ପଦକ ହାସଲ କରିଛନ୍ତି । ସଟଫୁଟକୁ ସେ 7.54 ମିଟର ଥ୍ରୋ କରି ସେ ଏହି ସଫଳତା ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games: ପୁରୁଷ ସଟଫୁଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଲେ ଭାରତୀୟ କ୍ରୀଡାବିତ

ପାରା ଏସୀୟ କ୍ରୀଡାର ଭାରତୀୟ ସୁଟର ସିଦ୍ଧର୍ଥ ବାବୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । R6 ମିକ୍ସଡ 50ମିଟର ରାଇଫଲ ପ୍ରୋନ SH-1 ଇଭେଣ୍ଟରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଜି ସକାଳ ସମୟରେ ପୁରୁଷ ସଟଫୁଟରେ ଭାରତକୁ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ମିଳିଥିଲା । ପୁରୁଷ ସଟଫୁଟ F 46 ଇଭେଣ୍ଟରେ ଭାରତୀୟ ଖେଳାଳି ସଚିନ ଖିଲାରି ସ୍ବର୍ଣ୍ଣ ଜିତିଥିବା ବେଳେ ରୋହିତ କୁମାର ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ ।

ସେହିପରି ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସ SL-4 ଇଭେଣ୍ଟରେ ସୁକାନ୍ତ କଡାମଙ୍କୁ ବ୍ରୋଞ୍ଜ ମିଳିଛି । ପୁରୁଷ 100 ମିଟର ଟି -37ରେ ଭାରତୀୟ କ୍ରୀଡବିତ ଶ୍ରେୟାଂଶ ତ୍ରୀବେଦୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 100 ମିଟର ଦୌଡକୁ ସେ 12.24 ସେକେଣ୍ଡରେ ଶେଷ କରିଥିଲେ । ପୁରୁଷ 100 ମିଟର ଟି -35 ଇଭେଣ୍ଟରେ ନାରାୟଣ ଠାକୁର ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ପାରା ଏସୀୟ କ୍ରୀଡାରେ ଏହା ତାଙ୍କର ଦ୍ବିତୀୟ ପଦକ । ତୀରନ୍ଦାଜୀ ଆଦିଲ ମହମ୍ମଦ ନାଜିର ଅନସାରୀ ଏବଂ ନବୀନ ଡାଲାଲ କ୍ଲିଞ୍ଚ ତୀରନ୍ଦାଜ ପୁରୁଷ ଡବଲ୍ସ - W1 ଓପନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଚତୁର୍ଥ ଦିନର ଇଭେଣ୍ଟ ଶେଷ ହୋଇନଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା 9ଟି ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡାବିତ । ସେଥି ମଧ୍ୟରେ 2ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ରହିଛି ।

ABOUT THE AUTHOR

...view details