ନୂଆଦିଲ୍ଲୀ: ଗୋଲ ପରେ ଗୋଲ ବର୍ଷା । ବାୟା ହୋଇଗଲା ବାଂଲାଦେଶ ହକି ଦଳ । କିପରି ଗୋଲ ପରିଶୋଧ କରିବ ଚିନ୍ତାରେ ରହିଲା ଦଳ । ଗୋଲ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ପରେ ବି ବିଫଳ ହେଲା । ଓମାନରେ ଚାଲିଥିବା ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ବାଂଲାଦେଶ ବିପକ୍ଷରେ ଦଳ ଏକ ଦମଦାର ବିରାଟ ଗୋଲ ବ୍ୟବଧାନରେ ଜିତିଛି । ପ୍ରଥମ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି 15-1 ଗୋଲରେ ବିଜୟୀ ହୋଇଛି ଭାରତ । ମହମ୍ମଦ ରାହିଲ ହ୍ୟାଟ୍ରିକ ଗୋଲ ଦେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ଆଧପତ୍ୟ ବିସ୍ତାର କରିଥିଲା । ଭାରତ ପକ୍ଷରୁ ମନିନ୍ଦର ସିଂହ ସର୍ବାଧିକ 4ଟି ଗୋଲ ଦେଇଥିଲେ । ସେ ମ୍ୟାଚର 10ମ, 18ତମ, 28 ତମ ଓ 30 ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଗ ରାହିନ 3ଟି ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ । ଏହା ସହିତ ସୁଖବିନ୍ଦର ସିଂହ 13ତମ ଓ 22ତମ ମିନିଟରେ ଦୁଇଟି ଗୋଲ କରିଥିଲେ । ଗୁରୁଜୋତ ସିଂହ 2ଟି, ପବନ ରାଜଭର 2ଟି ଓ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅନ୍ତିମ 9 ମିନିଟରେ ଓଡିଆ ଖେଳାଳି ଦୀପସାନ ତିର୍କୀଙ୍କ ଷ୍ଟିକରୁ ଏକ ଗୋଲ ହୋଇଥିଲା । ବାଂଲାଦେଶ କେବଳ ଗୋଟିଏ ଗୋଲ କରିବାରେ ସଫଳ ହୋଇଥିଲା । ଆଜି ଭାରତ ଆୟୋଜକ ଓମାନ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ ।