ଓଡିଶା

odisha

ETV Bharat / sports

5s World Cup Qualifier 2023: ଲଗାତାର ଚତୁର୍ଥ ବିଜୟ ସହ ଫାଇନାଲରେ ଭାରତ, ବିଶ୍ବକପ ପାଇଁ କ୍ୱାଲିଫାଇ କଲା ଟିମ୍‌ - ଭାରତ ବନାମ ମାଲେସିଆ

ମହିଳା ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଦଳ ଦମଦାର ପ୍ରଦର୍ଶନ କରିଛି । ସେମିଫାଇନାଲ ମ୍ୟାଚରେ ମାଲେସିଆକୁ ୯-୫ ଗୋଲ୍‌ରେ ପରାସ୍ତ କରିଛି ଭାରତୀୟ ଦଳ । ଅଧିକ ପଢନ୍ତୁ

ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ 2023
5s World Cup Qualifier 2023

By ETV Bharat Odisha Team

Published : Aug 28, 2023, 3:55 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନ । ଓମାନରେ ଚାଲିଥିବା 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ ମୁକାବିଲାରେ ମାଲେସିଆକୁ ପରାସ୍ତ କରିଛି ଭାରତ । ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ ମୁକାବିଲାରେ ମାଲେସିଆକୁ 9-5 ଗୋଲରେ ପରାସ୍ତ କରିଛି । ଏହା ଭାରତର ଲଗାତାର ଚତୁର୍ଥ ବିଜୟ । ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି । ନବଜୋତ କୌର ହାଟ୍ରିକ ଗୋଲ୍‌ ଦେଇ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି, ଇଂଲଣ୍ଡକୁ 4-0ରେ ହରାଇଲା ଭାରତ

ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ଭାରତୀୟ ଦଳ ଗୋଲ ସ୍କୋର୍‌ କରି ଚାଲିଥିବା ମାଲେସିଆ ଗୋଲ ପରିଶୋଧ କରିବାକୁ ପ୍ରୟାସ କରୁଥିଲା । ଓମାନରେ ଚାଲିଥିବା 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକି ଦଳ ଫୁଲ୍‌ ଫର୍ମରେ ରହିଛି । ଗତାକାଲି ଥାଇଲାଣ୍ଡକୁ 5-4 ଗୋଲରେ ପରାସ୍ତ କରି ଲଗାତାର ତୃତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହା ପୂୃର୍ବରୁ ଜାପାନ ଓ ମାଲେସିଆ ବିପକ୍ଷରେ ଖେଳିଥିଲା । ଜାପାନ ବିପକ୍ଷରେ 7-1 ଗୋଲରେ ବିଜୟ ହାସଲ କରିଥିଲା । ସେହିପରେ ମାଲେସିଆ ବିପକ୍ଷରେ 7-2 ଗୋଲରେ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା ନବଜୌତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଥାଇଲାଣ୍ଡ ବିପକ୍ଷରେ ଆଜମିନା, ଦୀପିଙ୍କ ଗୋଲରେ ଜିତିଥିଲା ଭାରତ । ଓଡ଼ିଶାର ଫରୱାର୍ଡ ମୋନିକା ଟପ୍ପୋ ଓ ଆଜମିନା କୁଜୁର ଦଳ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । 1 ଓ 7 ମିନିଟରେ ମୋନିକା ଓ 30ତମ ମିନିଟରେ ଆଜମିନା ଗୋଲ୍‌ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ...Asian Games Hockey: 39 ଜଣିଆ ଦଳ ମନୋନୀତ, କୋର ଗ୍ରୁପରେ 4 ଓଡିଆ

ସେପଟେ ଆସନ୍ତାକାଲିଠୁ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବ । ଅଗଷ୍ଟ 29ରୁ ସେପ୍ଟେମ୍ବର 2 ତାରିଖ ଯାଏଁ ଏହା ଚାଲିବ । ଏ ନେଇ ଭାରତୀୟ ଦଳ ଓମାନରେ ପହଞ୍ଚି ସାରିଛି । ଏଲିଟି ପୁଲ୍‌ରେ ଭାରତୀୟ ଦଳ ସ୍ଥାନ ପାଇଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ପ୍ରଥମ ମ୍ୟାଚରେ ବାଂଲାଦେଶ, ବୁଧବାର ଓମାନ ଓ ପାକିସ୍ତାନକୁ, ଗୁରୁବାର ମାଲେସିଆ ଓ ଜାପାନ ସହ ଖେଳିବ ।

ଏହା ବି ପଢନ୍ତୁ...Asian Hockey 5s World Cup Qualifiers: ଭାରତୀୟ ଦଳ ଘୋଷଣା, ଓଡିଶାରୁ 4 ଖେଳାଳି

ABOUT THE AUTHOR

...view details