ଓଡିଶା

odisha

ETV Bharat / sports

Asian Games 2023: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ କ୍ରୀଡା ଉଦଘାଟିତ, ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଏସୀୟ କ୍ରୀଡା 2023

ଚୀନର ହାଙ୍ଗଝୌରେ 19ତମ ଏସୀୟ କ୍ରୀଡା ଉଦଘାଟିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ଅଧିକ ପଢ]ନ୍ତୁ

Asian Games 2023
Asian Games

By ETV Bharat Odisha Team

Published : Sep 24, 2023, 8:01 AM IST

Asian Games

ହଙ୍ଗଝୌ: ରଙ୍ଗାରଙ୍ଗ ଉତ୍ସବ । ଝିଲମିଲ ଆଲୋକମାଳ ସହ ମନମୁଗ୍ଧକର ପରିବେଶ । ଡିଜିଟାଲ ଆତସବାଜୀ ସହ ବିଗ ଲୋଟସ ଅଲିମ୍ପକ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ 19ତମ ଏସୀୟ କ୍ରୀଡାର ଗ୍ରାଣ୍ଡ ଓପନିଂ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରାଚୀନ ଓ ଆଧୁନିକତାର ଝଲକ ରଙ୍ଗୀନ ଆଲୋକମାଳର ସମାରୋହ ମଧ୍ୟରେ ଏସୀୟ କ୍ରୀଡାର ଉଦଘାଟନୀ ଉତ୍ସବ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା । ବିଶେଷ କରି ମଶାଲ ପ୍ରଜ୍ଜ୍ବଳନ ସମସ୍ତଙ୍କର ମନମୁଗ୍ଧ କରିଥିଲା । ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ମଶାଲ ଗ୍ରାଉଣ୍ଡରେ ପ୍ରବେଶ କରିଥିଲା । ଚୀନ ରାଷ୍ଟ୍ରପତି ଜି ଜିନିପିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ । ଭାରତ ପକ୍ଷରୁ ହକି ତାରକା ହର୍ମନପ୍ରୀତ ସିଂହ ଓ ବକ୍ସର ଲଭଲିନା ଧ୍ୱଜା ବାହାକ ସାଜିଥିଲେ ।

ଭାରତୀୟ ସମୟ 5ଟା 30ମିନିଟରୁ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା । ଚୀନ ଜାତୀୟ ପତାକା ଉତ୍ତୋଳନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚୀନର କଳା, ସଂସ୍କୃତି ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହୋଇଥିଲା । 3ଟି ମାକ୍ସଟ୍‌ ଗ୍ରାଉଣ୍ଡକୁ ପ୍ରବେଶ କରିବା ପରେ ସମସ୍ତ ଦେଶର ଆଥଲେଟଙ୍କୁ ସ୍ବାଗତ କରିଥିଲେ । ପ୍ରଥମ ଦେଶ ଭାବେ ଆଫଗାନିସ୍ତାନ ଦଳ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ଏହାପରେ ବାହାରିନସ ବାଂଲାଦେଶ, ଭୁଟାନର ପ୍ରତିଯୋଗୀ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ହଙ୍ଗକଙ୍ଗ ପରେ ଭାରତୀୟ ଦଳ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ପାରମ୍ପରିତ ପୋଷାକ ପରିଧାନ କରି ହର୍ମନପ୍ରୀତ ସିଂହ ଓ ଲଭଲିନା ଜାତୀୟ ପତାକା ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ । ଏହାପରେ ଜାପାନ, ଇରାନ, ଇରାକ, ଇଣ୍ଡୋନେସିଆ, ଜୋର୍ଡାନ, କାଜାଖସ୍ତାନ, କୁଏତ, ମାଲେସିଆ, ମକାଉ, ଲାଓସ, ଲେବାନନ, ମାଳଦ୍ବୀପ, ମଙ୍ଗୋଲିଆ, ମିଆଁମାର, ନେପାଳ, ଉତ୍ତରକୋରିଆ, ଓମାନ, ପାକିସ୍ତାନ, କତାର ଓ ସିଙ୍ଗାପୁର ସମେତ ବିଭିନ୍ନ ଦେଶ ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ । ଶେଷରେ ଆୟୋଜକ ଚୀନର ଆଥଲେଟ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ ।

ଏହା ବି ପଢନ୍ତୁ...Asian Games: ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା:ଚୀନରେ ହଙ୍ଗଝୌରେ 19ତମ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଏନେଇ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ଉତ୍ସହଭରା ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି, ''ମୁଁ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି । ଏଥର ଆମେ ସବୁଠୁ ବଡ ଦଳ ପଠାଇଛୁ । ଏହା କ୍ରୀଡ଼ା ପ୍ରତି ଭାରତର ଉତ୍ସାହ ଓ ପ୍ରତିବଦ୍ଧତାକୁ ଦର୍ଶାଉଛି । ମୋର ଆଶା ଆମ ଆଥଲେଟମାନେ ଭଲ ପ୍ରଦର୍ଶନ କରିବେ ଏବଂ ଖେଳ ଭାବନାର ଉତ୍କୃଷ୍ଠ ଉଦାହରଣ ଦେବେ ।''

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

ଏହି ଏସୀୟ କ୍ରୀଡାରେ 45ଟି ଦେଶର 12500ରୁ ଉର୍ଦ୍ଧ୍ବ ଆଥଲେଟ୍‌ ଭାଗ ନେଇଛନ୍ତି । ଏହି କ୍ରୀଡ଼ା ମହାକୁମ୍ଭରେ ଭାରତରୁ ମୋଟ 655 ଆଥଲେଟ୍‌ ପ୍ରତିନିଧିତ୍ବ କରିଛନ୍ତି । ଏଥିରେ ମୋଟ 316ଜଣ ମହିଲା ଆଥଲେଟ ରହିଛନ୍ତି । 40ଟି କ୍ରୀଡ଼ା ଇଭେଣ୍ଟରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ବିଗ ଫାଇଟ୍‌ ହେବ । 56ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଖେଳାଯିବ । ଏଥର ଏସୀୟ କ୍ରୀଡ଼ାରେ ଭାରତଠୁ 100ରୁ ଅଧିକ ପଦକ ଆଶା କରାଯାଉଛି । ଗତ 2018 ସଂସ୍କରଣରେ ଭାରତ ରେକର୍ଡ ସଂଖ୍ୟକ 70ଟି ପଦକ ଜିତିବାରେ ସଫଳ ହୋଇଥିଲା ।

ABOUT THE AUTHOR

...view details