ହାଙ୍ଗଝୌ: ଏସୀୟ କ୍ରୀଡ଼ାର ଆଉ ଏକ ସ୍ବର୍ଣ୍ଣିମ ସଫଳତା । ସୁଟିଂରେ ପୁଣି ମିଲିଳା ସ୍ବର୍ଣ୍ଣ ପଦକ । ଷଷ୍ଠ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଉଷୁରେ ଭାରତକୁ ରୌପ୍ୟ ପଦକ ପରେ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ । ପୁରୁଷ 10 ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହିତ ଭାରତର ପଦକ ସଂଖ୍ୟା 24କୁ ବୃଦ୍ଧି ହୋଇଛି । ସେଥିରେ ମୋଟ 6ଟି ସ୍ୱର୍ଣ୍ଣ ପଦକ ରହିଛି । ପୁରୁଷ 10 ମିଟର ଏୟାର ପିସ୍ତଲ ଟିମର ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଏହା ବି ପଢନ୍ତୁ...Asian Games: ଉଷୁରେ ରୌପ୍ୟ ଜିତିଲେ ରୋଶିବିନା
ପୁରୁଷ 10 ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଅର୍ଜୁନ ଚିମା, ସରବଜୌତ ସିଂ ଓ ଶିବ ନରୱାଲ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଗତକାଲି ମଧ୍ୟ ବନ୍ଧୁକଚାଳକଙ୍କ କମାଲ ଦେଖିବାକୁ ମିଳିଥିଲା । ମହିଳା 25 ମିଟର ଏୟାର ପିସ୍ତଲ ଦଳକୁ ସ୍ବର୍ଣ୍ଣ ପଦକ ଜିତିଥିଲା । 25 ମିଟର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ ଈଶା ସିଂ । ସେହିପରି ମହିଳା 50 ମିଟର ରାଇଫଲରେ ଦଳ ରୌପ୍ୟ ପଦକ ହାସଲ କରିିଥିଲା । ଆଜି ଉଷୁ ମହିଳା 60 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ରୋଶିବିନା ଦେବୀ ନାଓରେମ । ସେପଟେ ଟେନିସରେ ପଦକ ପକ୍କା ହୋଇଛି । ବକ୍ସିଂ କ୍ବାର୍ଟରେ ପ୍ରବେଶ କରିଚନ୍ତି ଜରିନ ।