ଓଡିଶା

odisha

By ETV Bharat Odisha Team

Published : Oct 1, 2023, 11:44 AM IST

ETV Bharat / sports

Asian Games 2023: ଗଲ୍ଫରେ ରୌପ୍ୟ ପଦକ ସହ ଇତିହାସ ରଚିଲେ ଅଦିତି ଅଶୋକ

19 ଏସୀୟ କ୍ରୀଡାରେ ଗଲ୍ଫରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଭାରତ ଅଦିିତି ଅଶୋକ । ଭାରତର ପଦକ ସଂଖ୍ୟା 41ରୁ ବୃଦ୍ଧି । ଅଧିକ ପଢନ୍ତୁ

Asian Games 2023
ଗୋଲ୍ଫରେ ରୌପ୍ୟ ପଦକ

ହଙ୍ଗଝୌ:ଚୀନରେ ଚମକିଲେ ଭାରତୀୟ କ୍ରୀଡାବିତ । ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତକୁ ପଦକ ପରେ ପଦକ ମିଳି ଚାଲିଛି । ଭାରତକୁ ଆଉ ଏକ ପଦକ ଜିତିଛନ୍ତି ଅଦିତି ଅଶୋକ । ଗଲ୍ଫରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଭାରତର ଅଦିତି ଅଶୋକ । ପ୍ରଥମ ଭାରତୀୟ ମହିଳା ଭାବେ ସେ ଏସୀୟ କ୍ରୀଡାରେ ଗଲଫର ମହିଳା ଏକକ ବର୍ଗରେ ପଦକ ଜିତିଛନ୍ତି ।ଏହି ସଫଳତା ସହ ଭାରତର ପଦକ ସଂଖ୍ୟା 41ରେ ପହଞ୍ଚିଛି ଯେଉଁଥିରେ 11ଟି ସ୍ବର୍ଣ୍ଣ, 16ଟି ରୌପ୍ୟ ଓ 14ଟି ବ୍ରୋଞ୍ଜ ପଦକ ରହିଛି ।

ଏହା ବି ପଢନ୍ତୁ...Asian Games 2023 : ଟେନିସରେ ଋତୁଜା-ରୋହନ ଯୋଡି ଜିତିଲେ ସ୍ବର୍ଣ୍ଣ

ଗଲ୍ଫରେ ଏସୀଆନ ଗେମ୍ସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି ଅଦିତି । ଯୁବ ଗଳ୍ପ ଖେଳାଳି ଅଦିତି ଅଶୋକ ମହିଳା ବ୍ୟକ୍ତିଗତ ଗଲ୍ଫ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ନିକଟତମ ପ୍ରତିନ୍ଦ୍ବନ୍ଦୀଙ୍କଠୁ 7ଟି ସିଟ ପଛରେ ରହି ରୌପ୍ୟ ପଦକ ଜିତିଛନ୍ତି ଅଦିତି । ଶନିବାର ଏହି ଇଭେଣ୍ଟରେ ତାଙ୍କ ପ୍ରଦର୍ଶନ ଯୋଗୁଁ ସେ ପ୍ରଥମ ସ୍ଥାନରେ ରହିଥିଲେ । ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ସେ ଏସୀଆନ ଗେମ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ଏସିଆନ ଗେମ୍ସରେ ଗଲ୍ଫରେ ପଦକ ଜିତିବାରେ ଅଦିତି ଦ୍ବିତୀୟ ଭାରତୀୟ । ପୂର୍ବରୁ 2002 ଏସୀୟ କ୍ରୀଡ଼ାରେ ଶିବ କୁମାର ପୁରୁଷ ଏକକ ବର୍ଗ ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହି ଇଭେଣ୍ଟରେ ଥାଇଲାମ୍ଡର ଅର୍ପିଚଟ ୟୁବୋଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଦକ୍ଷିଣ କୋରିଆର ହିୟୁଞ୍ଜୋ ୟେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Asian Games : ସୁଟିଂରେ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲା ଭାରତ

19ତମ ଏସୀୟ କ୍ରୀଡ଼ାରେ ଏଯାବତ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଅଷ୍ଟମ ଦିନରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ସହ ରୌପ୍ୟ ପଦକ ମିଳିଛି । ଏଯାବତ ଭାରତ ମୋଟ 41 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ମୋଟ ପଦକରେ 11ଟି ସ୍ବର୍ଣ୍ଣ, 16ଟି ରୌପ୍ୟ ଓ 14ଟି କାଂସ୍ୟ ପଦକ ରହିଛି । ପୁରୁଷ ସୁଟିଂ ଟ୍ରାପ୍‌ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିବାବେଳେ ସମାନ ଇଭେଣ୍ଟରେ ମହିଳା ଦଳକୁ ରୌପ୍ୟ ପଦକ ମିଳିଛି । ଆୟୋଜକ ଚୀନ ସର୍ବାଧିକ ପଦକ ସହ ଶୀର୍ଷରେ ଥିବାବେଳେ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛନ୍ତି । ସପ୍ତମ ଦିନରେ ଭାରତର ସ୍କ୍ବାସ୍‌ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ସହ ଲଙ୍ଗ୍‌ ଡିଷ୍ଟାନ୍ସ ଇଭେଣ୍ଟ୍‌ର 10,000 ମିଟର ଦୌଡ଼ରେ କାର୍ତ୍ତିକଙ୍କୁ ରୌପ୍ୟ ଓ ଗୁଲବୀରଙ୍କୁ କାଂସ୍ୟ ପଦକ ମିଳିଥିଲା ।

ABOUT THE AUTHOR

...view details