ହଙ୍ଗଝୌ:ଚୀନରେ ଚାଲିଥିବା ଏସୀୟ କ୍ରୀଡା ହକିରେ ଭାରତର ଜଲୱା ଜାରି ରହିଛି । ପୁରୁଷ ହକି ଦଳ ପରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଶେଷ ଲିଗ ମ୍ୟାଚରେ ହିଂକଂକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ମହିଳା ହକି ଦଳ । ଅନ୍ତିମ ପୁଲ-ଏ' ମ୍ୟାଚରେ ହଂକଂକୁ 13-0 ଗୋଲରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଥିଲା ମହିଳା ହକି ଦଳ । ସେମି ଫାଇନାଲରେ ଆସନ୍ତାକାଲି ଆୟୋଜକ ଚୀନକୁ ଭେଟିବ । ହଂକଂ ବିପକ୍ଷରେ ଦୀପିକା, ବନ୍ଦନା କାଟାରିଆ ମୁଖ୍ୟ ଭୂମିକା ତୁଲାଇଥିଲେ । ଓଡିଆ ଖେଳାଳି ଦୀପଗ୍ରେସ ଏକ୍କା ଏହି ମ୍ୟାଚରେ 2ଟି ଗୋଲ କରିଥିଲେ ।
ଏହା ବି ପଢନ୍ତୁ...Asian Games 2023: ମହିଳା ହକି ଦଳ ଅପରାଜେୟ, ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ ଡ୍ର'
ହଂକଂ ବିପକ୍ଷରେ 4ର୍ଥ କ୍ବାର୍ଟରରେ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ପ୍ରଥମ କ୍ବାର୍ଟରରେ ଭାରତ 4ଟି, ଦ୍ବିତୀୟ କ୍ବାର୍ଟରରେ 2ଟି, ତୃତୀୟ କ୍ବାର୍ଟରରେ 2ଟି ଏବଂ ଅନ୍ତିମ କ୍ବାର୍ଟରରେ ଆଉ 5ଟି ଗୋଲ ସ୍କୋର କରି 13-0ରେ ଏକତରଫା ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ବନ୍ଦନା 3ଟି, ଦୀପିକା 3ଟି, ଦୀପଗ୍ରେସ ଏକ୍କା 2ଟି, ସଙ୍ଗୀତା କୁମାରୀ 2ଟି ଗୋଲ ସ୍କୋର କରିଥିବାବେଳେ ମୋନିକା, ବୈଷ୍ଣବୀ ବିଥଲ ଫାଲକେ ଓ ନବନୀତ କୌର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । 3ଟି ବିଜୟ ଗୋଟିଏ ଡ୍ର ସହ ଭାରତ ମୋଟ 10 ପଏଣ୍ଟ ପାଇ ପୁଲ-ଏର ଶୀର୍ଷରେ ରହିଛି । କୋରିଆ ଦ୍ବିତୀୟ ସ୍ଥାନରେ ରହିଛି । ଆସନ୍ତାକାଲି ସେମିଫାଇନାଲରେ ଆୟୋଜକ ଚୀନକୁ ଭେଟିବ ଭାରତ ।