ହଙ୍ଗଝୌ: ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା । 12ତମ ଦିନରେ ଭାରତକୁ ଏଯାବତ 2ଟି ସ୍ବର୍ଣ୍ଣ ପଦକ ମିଳିଛି । ପ୍ରଥମ ତୀରନ୍ଦାଜୀ ମହିଳା ଟିମକୁ ସ୍ବର୍ଣ୍ଣ ମିଳିଥିବା ବେଳେ ଏବେ ସ୍କ୍ବାଶରେ ସ୍ବର୍ଣ୍ଣ ପଦକ ମିଳିଛି । ସ୍କ୍ବାଶ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଯୋଡି । ଏହା ସହିତ ଭାରତର ପଦକ ସଂଖ୍ୟା 83ରେ ପହଞ୍ଚିଛି । ସେଥିରେ 20ଟି ସ୍ବର୍ଣ୍ଣ ପଦକ ରହିଛି ।
ସ୍କ୍ବାଶ ମିକ୍ସଡ୍ ଡବଲ୍ସରେ ଦୀପିକା ପାଲିକର ଓ ହରିନ୍ଦର ପାଲ ସିଂ ଯୋଡ଼ି ଏହି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ମାଲେସିଆ ଯୋଡ଼ିଙ୍କୁ 2-0 ସେଟରେ ହାରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତୀୟ ଯୋଡି ଦିପିକା ଓ ହରିନ୍ଦରପାଲ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ଆରମ୍ଭରୁ ଦୁଇ ଦଳ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣରେ ଖେଳ ପ୍ରଦର୍ଶନ ହୋଇଥିଲା । ମାଲେସିଆ ଯୋଡି ଅରିଫା ବିଣ୍ଟି ଅଜମାନ ଏବଂ ମହମ୍ମଦ ସୟାଫିକ ବିନଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ଯୋଡି । ପ୍ରଥମ ସେଟରେ ଭାରତୀୟ ଯୋଡି 11-10ରେ ଜିତିଥିଲା ଦିପିକା ଓ ହରିନ୍ଦରପାଲ । ଦ୍ବିତୀୟ ଗେମରେ 9-3ରେ ଭାରତ ଆଗୁଆ ଥିଲା । ମାତ୍ର ପ୍ରତିପକ୍ଷ ଜବରଦସ୍ତ କମବ୍ୟାକ କରିଥିଲା । ଏହାପରେ ହରିନ୍ଦରପାଲ କମବ୍ୟାକ କରି ମ୍ୟାଚକୁ ଜିତି ନେଇଥିଲେ । ଗତକାଲି ସ୍କ୍ବାଶ୍ ମିକ୍ସଡ ଟିମ୍ ଇଭେଣ୍ଟରେ ଅନାହକ ସିଂ ଓ ଅଭୟ ସିଂ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ ।
ଏହା ବି ପଢନ୍ତୁ...Asian Games 2023: ତୀରନ୍ଦାଜୀ ମହିଳା ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ