ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତର ସୁପର ଶୋ' ଦେଖିବାକୁ ମିଳିଛି । ଏସୀୟ କ୍ରୀଡା ହକିରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ପରାସ୍ତ କରି ବିଜୟ ଖାତା ଖୋଲିଛି ଭାରତୀୟ ପୁରୁଷ ହକି ଦଳ । 16-0 ଗୋଲରେ ଉଜବେକିସ୍ତାନ ପରାସ୍ତ ହୋଇଛି । ଏହି ଦମଦାର ବିଜୟ ସହ ଭାରତୀୟ ପୁରୁଷ ହକି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉତୀନ୍ନ ହୋଇଛି । ଆସନ୍ତା 26 ତାରିଖରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ସିଙ୍ଗାପୋରକୁ ଭେଟିବ । ବରୁଣ କୁମାର ସର୍ବାଧିକ 4ଟି ଗୋଲ କରିଥିଲେ ।
ମ୍ୟାଚରେ ଆଧିପତ୍ୟ ବିସ୍ତାର କରିଥିଲା ଭାରତ । ଗୋଲ ପରେ ଗୋଲ ବର୍ଷା କରି ଚାଲିଥିଲା । ଉଜବେକିସ୍ତାନ ଖାତା ଖୋଲିବାରେ ବି ବିଫଳ ହୋଇଥିଲା । ଦଳ ଗୋଟିଏ ବି ଗୋଲ କରି ପାରନଥିଲା । ମ୍ୟାଚର ସପ୍ତମ ମିନିଟରେ ପ୍ରଥମ ଗୋଲ କରିଥିଲା ଭାରତ । ଲଳିତ ଏହି ଗୋଲ ସ୍କୋର କରି ଭାରତକୁ 1-0 ଗୋଲେରେ ଆଗୁଆ କରିଥିଲେ । ସେହିପରି 12ତମ ମିନିଟରେ ବରୁଣ କୁମାର ଆଉ ଏକ ଗୋଲ କରିଥିଲେ । 17ତମ ମିନିଟରେ ଅଭିଷେକ ଏକ ଗୋଲ କରିଥିଲେ । ଲଳିତ କୁମାର 24 ତମ ଓ 53ତମ ମିନିଟରେ ଆଉ ଦୁଇଟି ଗୋଲ କରିଥିଲେ । ସେହିପରି ବରୁଣ କୁମାର 36ତମ, 50ତମ ଓ 52 ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଉଜବେକିସ୍ତାନ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ।
ଏହା ବି ପଢନ୍ତୁ...Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା