ଓଡିଶା

odisha

ETV Bharat / sports

Asian Games 2023: ଭାରତର ଆଟାକ୍‌ରେ ଜାପାନ ଚିତ୍‌ପଟାଂ, 4-2 ଗୋଲରେ ହାରିଲା ଡିଫେଣ୍ଡିଂ ଚମ୍ପିଆନ

19ତମ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଦମଦାର ପ୍ରଦର୍ଶନ କରିଛି ଲଗାତାର ତୃତୀୟ ବିଜୟ ହାସଲ କରିଛି । ଡିପେଣ୍ଡିଂ ଚମ୍ପିଆନ ଜାପାନକୁ 4-2 ଗୋଲରେ ପରାସ୍ତ କରିଛି ଭାରତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 29, 2023, 7:08 AM IST

Asian Games 2023
ଜାପାନ ବିପକ୍ଷରେ ଭାରତର ଜବରଦଦସ୍ତ ବିଜୟ

ହଙ୍ଗଝୌ:ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ଦମଦାର ପ୍ରଦର୍ଶନ କରିଛି । ଉଜବେକିସ୍ତାନ, ସିଙ୍ଗାପୁରୁ ବିପକ୍ଷରେ ବିଜୟ ହାସଲ ପରେ ଡିଫେଣ୍ଡିଂ ଚମ୍ପିଆନ ଜାପାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି । ଏହା ଭାରତର ଲଗାତାର ତୃତୀୟ ବିଜୟ । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଭାରତ ଜାପାନକୁ 4-2 ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପୁଲ-ଏ'ରେ ପାକିସ୍ତାନକୁ ପଛରେ ପକାଇ ଶୀର୍ଷରେ ରହିଛି୍‌ ।

ଏହା ବି ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

ଭାରତ ଓ ଜାପାନ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲା । ମ୍ୟାଚର 13ତମ ମିନିଟରେ ଅଭିଷେକ ପ୍ରଥମ ଗୋଲ କରି ଖାତା ଖୋଲିଥିଲେ । ଏହାପରେ 24 ତମ ମିନିଟରେ ମନଦୀପ ସିଂହ ଏକ ଗୋଲ କରିଥିଲେ । ପରେ ପରେ 34 ତମ ମନିଟରେ ଅମିତ ରୋହଦାସ ତୃତୀୟ ଗୋଲ ସ୍କୋର୍‌ କରିଥିଲେ । 48ତମ ମିନିଟରେ ଅଭିଷେକ ଆଉ ଏକ ଗୋଲ କରିଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 2-0 ଗୋଲରେ ଆଗୁଆ ଥିଲା । ଖେଳର ଶେଷ 5 ମିନିଟରେ ଜାପାନ ଦୁଇଟି ଗୋଲ ପରିଶୋଧ କରିଥିଲା । ଜାପାନ ପକ୍ଷରୁ ଜେନକି ମିଟାନୀ ଓ ରୟୋସେଇ କାଟୋ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ଭାରତ ପୁଣିଥରେ ଶେଷ ସମୟରେ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲା ।

ଏହା ବି ପଢନ୍ତୁ...Asian Games 2023: ହକିରେ ଜାରି ରହଛି ଜଲ୍‌ୱା, 16-1ରେ ସିଙ୍ଗାପୁରକୁ ହରାଇଲା ଭାରତ

ଏସୀୟ କ୍ରୀଡାରେ ଭାରତ ତାର ପ୍ରଥମ ଦୁଇ ମ୍ୟାଚରେ ଉଜେବେକିସ୍ତାନ ଓ ସିଙ୍ଗାପୁରୁ ବିପକ୍ଷରେ ବିରାଟ ବିଜୟ ହାସଲ କରିଥିଲା । ଉଜବେକିସ୍ତାନ ବିପକ୍ଷରେ 16-0 ଗୋଲରେ ଜିତିଥିବାବେଳେ ସିଙ୍ଗାପୁରୁ ବିପକ୍ଷରେ 16-1 ଗୋଲରେ ଜିତିଥିଲା । ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ଭାରତର ଏହି ବିଜୟ ଫଳରେ ଦଳ ସେମି ଫାଇନାଲ ନିକଟତର ହୋଇଛି । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର 30 ତାରିଖରେ ଭାରତର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ।

ଏହା ବି ପଢନ୍ତୁ...Asian Games: ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଷଷ୍ଠ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ଷଷ୍ଠ ଦିନରେ ଭାରତକୁ ପୁରୁଷ 10 ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଓ ଉଷୁରେ ରୌପ୍ୟ ଓ ଅଶ୍ବଚାଳନାରେ ଅନୁଷ ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିିଥିଲେ । ଏଯାବତ ଭାରତ 6ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 11ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛି । ମୋଟ 25 ପଦକ ସହି ଭାରତ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । 167 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥରେ ଉଜବେକିସ୍ତାନ୍‌ ରହିଛନ୍ତି ।

ABOUT THE AUTHOR

...view details