ଓଡିଶା

odisha

ETV Bharat / sports

ରିଓ ପରେ ଟୋକିଓ, ମେରୀ କମଙ୍କ ଅଲମ୍ପିକ ଯୋଗ୍ୟତା ହାସଲ - ଟୋକିଓ ଅଲମ୍ପିକ 2020 ଯୋଗ୍ୟତା

ଭାରତୀୟ ଷ୍ଟାର ବକ୍ସର ମେରୀ କମଙ୍କ କମାଲ । ରିଓ ଅଲମ୍ପିକ ପରେ 2ୟଥର ପାଇଁ ଟୋକିଓ ଅଲମ୍ପିକ ଟିକେଟ ହାସଲ କଲେ ମେରୀ କମ ।

Asian Boxing Qualifiers
ମେରୀ କମଙ୍କ ଅଲମ୍ପିକ ଯୋଗ୍ୟତା ହାସଲ

By

Published : Mar 10, 2020, 8:01 AM IST

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ବକ୍ସର ମେରୀ କମଙ୍କ କମାଲ । ଅଲମ୍ପିକ ଟିକେଟ ହାସଲ କଲେ ମେରୀ କମ । ଏଥିସହିତ 7ମ ଭାରତୀୟ ବକ୍ସର ଭାବେ ଟୋକିଓ ଅଲମ୍ପିକ 2020 ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ମେରୀ କମଙ୍କ ଅଲମ୍ପିକ ଯୋଗ୍ୟତା ହାସଲ

ଏସିଆନ ବକ୍ସିଂ କ୍ବାଲିଫାୟାର 51 କିଲୋଗ୍ରାମ ବର୍ଗରେ କ୍ବାର୍ଟର ମୁକାବିଲାରେ, ଫିଲିପାଇନ୍ସର ଇରିସ ମଗନୋଙ୍କୁ 5-0 ରେ ହରାଇଛନ୍ତି ମେରୀ କମ । ଏଥିସହିତ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ରିଓ ଅଲମ୍ପିକରେ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲେ ମେରୀ କମ । ଟୋକିଓ ଅଲମ୍ପିକ ମେରୀ କମଙ୍କ ପାଇଁ 2ୟ ଅଲମ୍ପିକ ପଦାର୍ପଣ ହେବ । 37 ବର୍ଷିୟ ମେରୀ କମ ସେମିଫାଇନାଲ ମୁକାବିଲାରେ ଚାଇନାର ୟୁଆନ ଚାଙ୍ଗଙ୍କୁ ଭେଟିବେ । ଚାଙ୍ଗ ପୂର୍ବରୁ ୟୁଥ ଅଲମ୍ପିକ ଚମ୍ପିଆନ ରହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details