ଦୁବାଇ:6 ଥର ବିଶ୍ବ ଚମ୍ପିଆନ ଏମ୍ସି ମେରୀ କମ୍ ଚଳିତ ଏସିଆନ ବକ୍ସିଂ ଚମ୍ପିଆନସିପ୍ ଫାଇନାଲରେ ପରାସ୍ତ ହୋଇଛନ୍ତି । ଫଳରେ ଟାଇଟେଲ ବିଜୟରୁ ବଞ୍ଚିତ ହୋଇଛନ୍ତି । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ 51 କିଲୋଗ୍ରାମ ବର୍ଗରେ କାଜାଖସ୍ତାନର ନେୟମ କେଜାଇବେଙ୍କ ଠାରୁ 2-3ରେ ପରାଜିତ ହେବା ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।
ଅଭିଜ୍ଞତାରେ 38 ବର୍ଷୀୟ ମେରୀ କମ ଢେର୍ ଆଗରେ ଥିଲେ ମଧ୍ୟ ବୟସରେ ପ୍ରାୟ 11 ବର୍ଷ ସାନ ନେୟମଙ୍କୁ ହରାଇବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଟିମ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନେୟମ ।