ଓଡିଶା

odisha

ETV Bharat / sports

ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନସିପ: ଦୂତୀଙ୍କ ନୂଆ ଜାତୀୟ ରେକର୍ଡ

ଆଜିଠାରୁ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଦୂତୀ । ଏଥିସହିତ 11.28ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ରଚିଛନ୍ତି ନୂଆ ଜାତୀୟ ରେକର୍ଡ ।

By

Published : Apr 21, 2019, 9:18 PM IST

Updated : Apr 21, 2019, 9:49 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଦୋହା: ପୁଣି ଥରେ ଚମକିଛନ୍ତି ଓଡିଆ ସ୍ପିଣ୍ଟର ଦୂତୀ ଚାନ୍ଦ । ଓଡିଶାର ରୌପ୍ୟ ରାଣୀ ଦୂତୀ ଦମଦାର ବିଜୟ ରଚିଛନ୍ତି ନୂଆ ଜାତୀୟ ରେକର୍ଡ । ଏଠାରେ ଆଜିଠାରୁ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଦୂତୀ । ଏଥିସହିତ 11.28 ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ରଚିଛନ୍ତି ନୂଆ ଜାତୀୟ ରେକର୍ଡ ।

ଅନ୍ୟପଟେ ଆସାମର ସ୍ପିଣ୍ଟର ହିମା ଦାସ 400ମିଟର ଦୌଡ ଇଭେଣ୍ଟରେ ଆହତ ହେବା ଫଳରେ ଇଭେଣ୍ଟରୁ ବାଦ ପଡିଛନ୍ତି । ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିବା ହିମା ଆଜି ଭଲ ଆରମ୍ଭ କରିଥିଲେ । କିନ୍ତୁ କିଛି ବାଟ ଦୌଡ଼ିବା ପରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଧାରୁ ହିଁ ଟ୍ରାକରୁ ବାହାରି ଆସିଥିଲେ।

ତେବେ ଦୂତୀ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିବା ସହ ନିଜ ପୂର୍ବ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏହା ପୂର୍ବରୁ ଗତବର୍ଷ ଗୌହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ଦୂତୀ ଭାରତ ପାଇଁ ଦୁଇ ଦୁଇଟି ରୌପ୍ୟ ପଦକ ହାତେଇଥିଲେ । ତେବେ 1998 ପରେ କୌଣସି ମହିଳା ଆଥଲେଟ୍ସ ଭାରତ ପାଇଁ ଏସିଆନ ଗେମରେ ଦୁଇଟି ରୌପ୍ୟ ପଦକ ହାତେଇ ନଥିଲେ ।

ଅନ୍ୟପଟେ ପୁରୁଷ 400ମିଟିର ବର୍ଗରେ ମହମ୍ମନ ଅନାସ ୪୬.୩୬ ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି । ପୁରୁଷ ୮୦୦ ମିଟରରେ ଜିନସନ୍ ଜସନନ୍ ୧:୫୩.୪୩ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିବାବେଳେ ଗୋମତୀ ମାରିମୁଥୁ ମହିଳା ୮୦୦ ମିଟରର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

Last Updated : Apr 21, 2019, 9:49 PM IST

ABOUT THE AUTHOR

...view details