ଢାକା (ବାଂଲାଦେଶ): ଚଳିତ ଏସିଆନ ତୀରନ୍ଦାଜ ଚମ୍ପିଆନସିପ (Asian Archery Championships) ୨୦୨୧ରେ ଭାରତୀୟ ତୀରନ୍ଦାଜ ଷ୍ଟାର ଜ୍ୟୋତି ସୁରେଖା ଭେନମ (jyothi surekha vennam)ଙ୍କ ଜବରଦସ୍ତ ପ୍ରଦର୍ଶନ । ଦକ୍ଷିଣ କୋରିଆର ଓହ ୟୋହୁନଙ୍କୁ ଫାଇନାଲରେ ୧୪୬-୧୪୫ରେ ହରାଇ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ବର୍ଗରେ ସ୍ବର୍ଣ୍ଣ ଜିତିଲେ ଜ୍ୟୋତି ।
କଡା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତୀୟ ଷ୍ଟାର ପୂର୍ବତନ ବିଶ୍ବ ଚମ୍ପିଆନ ଓହ ୟୋହୁନଙ୍କୁ ୧୪୬-୧୪୫ ପଏଣ୍ଟରେ ହରାଇଛନ୍ତି । ଏହା ଜ୍ୟୋତିଙ୍କ ଦ୍ବିତୀୟ ଏସିଆନ ଚମ୍ପିଆନସିପ୍ (ବ୍ୟକ୍ତିଗତ) ସ୍ବର୍ଣ୍ଣ ।
୨୫ ବର୍ଷୀୟ ଭାରତୀୟ ତୀରନ୍ଦାଜ ତାରକା ଜ୍ୟୋତି, ପ୍ରଥମ ସେଟ୍ରେ ୩ଟି ପ୍ରୟାସରେ ୧୦ ପଏଣ୍ଟ ଲେଖାଏଁ ହାସଲ କରି ୩୦ ପଏଣ୍ଟରେ ଶେଷ କରିତିଲେ । ଜବାବରେ କୋରିଆ ଖେଳାଳି ୨୯ ପଏଣ୍ଟ ହାସଲ କରିପାରିନଥିଲେ । ଦ୍ବିତୀୟ ସେଟ୍ରେ କିନ୍ତୁ ସାମାନ୍ୟ ଲକ୍ଷ୍ୟଚ୍ୟୁତ ହେବା ସହ ଜ୍ୟୋତି ୨୮ ପଏଣ୍ଟ ହାସଲ କରିଥିଲେ । ଫଳରେ ୟୋହୁନଙ୍କ ସହ ୫୮-୫୮ରେ ସ୍କୋର ବରାବର ରହଥିଲା ।