ଜାକର୍ତ୍ତା:ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଏସିଆ କପ୍ ହକିରେ(Asia Cup Hockey) ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ଦ୍ବିତୀୟ ପୁଲ ମ୍ୟାଚରେ ଜାପାନ ନିକଟରୁ 5-2ଗୋଲରେ ପରାସ୍ତ ହୋଇଛି ଭାରତ । ବିଜୟ ସହ ଜାପାନ ଲଗାତାର 2ଟି ମ୍ୟାଚ ଜିତି ମୋଟ 6 ପଏଣ୍ଟ ସହ ପୁଲ ଏର ଶୀର୍ଷ ସ୍ଥାନ ବଜାୟ ରଖିଛି ।
ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟ ପ୍ରଥମ କ୍ବାର୍ଟର କିଛି ଗୋଲ ହୋଇନଥିଲା । ଦ୍ବିତୀୟ କ୍ବାର୍ଟରରେ ଜାପାନ ଖାତାରେ ପ୍ରଥମ ଗୋଲ ଲାଗିଥିଲା । 24 ମିନିଟରେ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ସୁଯୋଗ ନେଇ ଗୋଲ କରିଥିଲେ କେନ ନାଗାୟୋସି । ତୃତୀୟ କ୍ବାର୍ଟରର କୋସେଇ ଆଉ ଏକ ଗୋଲ ଦେଇ ଦଳକୁ 2-0ରେ ଆଗୁଆ କରିଥିଲେ ।