ଓଡିଶା

odisha

ETV Bharat / sports

ଫଟୋରେ ସ୍ମୃତି, ଯେଉଁଠି ଏକାଠି ଖୁସି ମନାଉଥିଲେ ଜେଟଲୀ ଓ ଗାନ୍ଧୀ ଦାୟାଦ

ଏହି ଫଟୋଟି 2004 କିମ୍ବା ତାଠାରୁ ପୁରୁଣାର ବୋଲି ଅନୁମାନ କରାଯାଉଛି । ଯେଉଁଥିରେ ଜେଟଲୀଙ୍କ ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ନଜର ଆସିଛନ୍ତି । ଏହାସହ ରବର୍ଟ ଭଦ୍ରା ମଧ୍ୟ ସାଥ ଦେଉଥିବା ଦେଖାଯାଉଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

By

Published : Aug 25, 2019, 3:00 AM IST

ହାଇଦ୍ରାବାଦ: ଶନିବାର ଦିଲ୍ଲୀ ଏମ୍ସ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତାଙ୍କ ବିୟୋଗରେ ସାରା ଦେଶ ମର୍ମାହତ ଥିବାବେଳେ ବିଜେପି ହରାଇଛି ଦଳର ଜଣେ ଟାଣୁଆ ନେତାଙ୍କୁ । ତେବେ ଜେଟଲୀ କେବଳ ଜଣେ ବିଚକ୍ଷଣ ରାଜନେତା ନଥିଲେ ସେ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ଉପସଭାପତି ଓ ଦିଲ୍ଲୀ କ୍ରିକେଟ ଆସୋସିଏସନ(ଡିଡିସିଏ)ର ସଭାପତି ମଧ୍ୟ ରହି ସାରିଛନ୍ତି ।

ରାଜନୀତି ଓ ଓକିଲାତି ଛଡା କ୍ରୀଡା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ତେବେ ସୋସିଆଲ ମିଡିଆ ଟ୍ବିଟରରେ ଏବେ ଜେଟଲୀଙ୍କର ଏକ ଫଟୋ ଘୂରି ବୁଲୁଛି । ଯେଉଁଥିରେ ଜେଟଲୀ ଗାନ୍ଧୀ ପରିବାରର 2 ଦାୟାଦଙ୍କ ସହ ଷ୍ଟାଡିୟମରେ ଖେଳ ଦେଖୁଥିବାର ନଜର ଆସିଛନ୍ତି । ତେବେ ଫଟୋଟି 2004 କିମ୍ବା ତାଠାରୁ ପୁରୁଣାର ବୋଲି ଅନୁମାନ କରାଯାଉଛି । ଏଥିରେ ଜେଟଲୀଙ୍କ ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ନଜର ଆସିଛନ୍ତି । ସେହିପରି ଏମାନଙ୍କୁ ରବର୍ଟ ଭଦ୍ରା ମଧ୍ୟ ସାଥ ଦେଉଥିବାର ଦେଖାଯାଉଛି ।

ଭାରତୀୟ ଦଳର ବିଜୟରେ ଅରୁଣ ଜେଟଲୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଓ ରବର୍ଟ ଭଦ୍ରା ସମସ୍ତେ ଉତ୍ସାହିତ ଥିବା ଜଣାଯାଉଛି । ତେବେ ଏହି ଫଟୋକୁ 2014 ଏପ୍ରିଲ 22 ତାରିଖରେ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦି ଟ୍ବିଟ କରିଥିଲେ । ଟ୍ବିଟରେ ସେ ଲେଖିଥିଲେ "ଗୋଟିଏ ପରିବାର ଏକା ସହିତ ରୁହନ୍ତି ଓ ଏକା ସହିତ ଖୁସି ମନାନ୍ତି ।"

ABOUT THE AUTHOR

...view details