ହାଇଦ୍ରାବାଦ: ଓଡ଼ିଆ ମହିଳା ହକି ତାରକା ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାର । ଓଡିଶାର ଦ୍ବିତୀୟ ମହିଳା ହକି ଖେଳାଳି ଭାବେ ଦୀପଗ୍ରେସ୍ ଏକ୍କା ଏହି ସମ୍ମାନଜନକ କ୍ରୀଡ଼ା ପୁରସ୍କାର ପାଇବେ । ପୂର୍ବରୁ ପ୍ରଥମ ମହିଳା ହକି ଖେଳାଳୀ ଭାବେ ଜ୍ୟୋତି ସୁନୀତା କୁଲୁଙ୍କୁ 2007 ମସିହାରେ ଅର୍ଜୁନ ପୁରସ୍କାର ମିଳିଥିଲା । ତେବେ ଆସନ୍ତୁ ନଜର ପକାଇବା ଓଡିଶାର ଆଉ କେଉଁ କେଉଁ ଖେଳାଳିଙ୍କୁ ଶ୍ରେଷ୍ଠ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ବର୍ଷ ୧୯୮୦, ମୀନତି ମହାପାତ୍ର
ମୀନତି ମହାପାତ୍ର ହେଉଛନ୍ତି ଓଡିଶାର ପ୍ରଥମ କ୍ରୀଡ଼ାବିତ୍ ଯିଏକି ସାଇକେଲ ଚାଳକ ଭାବରେ ୧୯୮୦ ମସିହାରେ ଅର୍ଜୁନ ପୁରସ୍କାର ପାଇଥିଲେ । ଏହା ସହିତ ସେ ଦେଶରେ ପ୍ରଥମ ସାଇକେଲ ଚାଳକ ଭାବରେ ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସାଇକେଲ ଚାଳକ ଭାବରେ ମୀନତି ଆଠ ଥର ଜାତୀୟ ସ୍ତରରେ ଚମ୍ପିଆନ ହୋଇଛନ୍ତି ।
ବର୍ଷ ୧୯୮୦, ବିଜୟ କୁମାର ଶତପଥୀ
ଭାରୋତ୍ତୋଳକାରୀ ବିଜୟ କୁମାର ଶତପଥୀ 1981 ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ ବର୍ଷ 1970 ରୁ ବର୍ଷ 1980 ମଧ୍ୟରେ ପାଞ୍ଚ ଥର ପାଇଁ ଭାରୋତ୍ତୋଳନକାରୀ ଭାବରେ ନେସନ୍ୟାଲ ଚମ୍ପିଆନ ହୋଇଥିଲେ ।
ବର୍ଷ ୧୯୯୮, ରଚିତା ମିଷ୍ଟ୍ରି
ଓଡିଶାର ଦ୍ବିତୀୟ ମହିଳା ଆଥ୍ଲେଟିକ ଭାବରେ ଧାବିକା ରଚିତା ମିଷ୍ଟ୍ରି ୧୯୯୮ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହି ଧାବାକା ଜଣକ 12 ଅଗଷ୍ଟ 2000 ରେ ଥିରୁବନନ୍ତପୁରମରେ ଆୟୋଜିତ ହୋଇଥିବା ଜାତୀୟ ସର୍କିଟ୍ ଆଥଲେଟିକ୍ ମିଟ୍ ରେ 11.38 ସେକେଣ୍ଡର 100 ମିଟର ଏକ ଜାତୀୟ ରେକର୍ଡ କରିଥିଲେ । ଏହା ସହିତ ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ସିଡନୀ ଅଲମ୍ପିକରେ ମଧ୍ୟ ଭାରତ ତରଫରୁ ପ୍ରତିଦ୍ବନ୍ଦୀ କରିଥିଲେ ।
ବର୍ଷ ୨୦୦୨, ଦୀଲିପ ତିର୍କୀ
ହକି ଇଣ୍ଡିଆର ଅଧ୍ୟକ୍ଷ ତଥା ଓଡିଶା ହକିର କିମ୍ବଦନ୍ତୀ ଖେଳାଳି ଦୀଲିପ ତିର୍କୀଙ୍କୁ ୨୦୦୨ ମସିହାରେ ଅର୍ଜନ ପୁରସ୍କାରେ ସମ୍ମାନ କରାଯାଇଥିଲା । ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକଙ୍କ ନେତୃତ୍ବରେ ଭାରତ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଛି । ବର୍ଷ ୨୦୦୩ ଆଫ୍ରୋ ଏସିୟ ଗେମ୍ସରେ ଦୀଲିପ ତିର୍କୀ ନେତୃତ୍ବରେ ଭାରତ ସ୍ବର୍ଣ୍ଣ ପଦକ ହାତେଇଥିଲା ।
ବର୍ଷ ୨୦୦୭, ଜ୍ୟୋତି ସୁନିତା କୁଲ୍ଲୁ
ଓଡିଶାର ପ୍ରଥମ ହକି ଖେଳାଳି ଭାବରେ ଜ୍ୟୋତି ସୁନିତା କୁଲ୍ଲୁଙ୍କୁ ୨୦୦୭ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ସହିତ ଓଡିଶାର ତୃତୀୟ ମହିଳା ଭାବରେ ଏହି ପୁରସ୍କାର ଗ୍ରହଣ କରିବାରେ ଆଥଲେଟିକ୍ସ ହୋଇଛନ୍ତି । ସେ ୧୯୯୬ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । 2002 ମଞ୍ଚେଷ୍ଟର କମନୱେଲଥ ଗେମ୍ସ, 2003 ଆଫ୍ରୋ-ଏସୀୟ ଗେମ୍ସ ଏବଂ 2004 ଏସିଆ କପରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ ।