ଓଡିଶା

odisha

ETV Bharat / sports

Winter Olympics: କାଶ୍ମୀରରୁ ଅଲମ୍ପିକ୍‌ସ, ଅରିଫ ଖାନ ଏକମାତ୍ର ଭାରତୀୟ ଆଥଲେଟ୍‌

ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲମ୍ପିକ୍‌ସ ୨୦୨୨ । ଏକମାତ୍ର ଭାରତୀୟ ଆଥଲେଟ୍‌ ଭାବେ ଅରିଫ ଖାନ ଜାତୀୟ ପତାକା ଧରି ଦେଶର ପ୍ରତିନିଧିତ୍ବ କରିବା ସହ ଶୁକ୍ରବାର, ଫେବୃଆରୀ ୪ରେ ବେଜିଂ ଶୀତକାଳୀନ ଅଲମ୍ପିକ୍‌ସର ଉଦ୍‌ଘାଟନୀ ସମାରୋହରେ ଦେଶ ପରେଡରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Arif Khan, lone Indian athlete at Winter Olympics 2022, attends opening ceremony in Beijing
Winter Olympics: କାଶ୍ମୀରରୁ ଅଲମ୍ପିକ୍‌ସ, ଅରିଫ ଖାନ ଏକମାତ୍ର ଭାରତୀୟ ଆଥଲେଟ୍‌

By

Published : Feb 4, 2022, 9:06 PM IST

ବେଜିଂ:ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲମ୍ପିକ୍‌ସ ୨୦୨୨ । ଏକମାତ୍ର ଭାରତୀୟ ଆଥଲେଟ୍‌ ଭାବେ ଅରିଫ ଖାନ ଜାତୀୟ ପତାକା ଧରି ଦେଶର ପ୍ରତିନିଧିତ୍ବ କରିବା ସହ ଶୁକ୍ରବାର, ଫେବୃଆରୀ ୪ରେ ବେଜିଂ ଶୀତକାଳୀନ ଅଲମ୍ପିକ୍‌ସର ଉଦ୍‌ଘାଟନୀ ସମାରୋହରେ ଦେଶ ପରେଡରେ ସାମିଲ ହୋଇଛନ୍ତି । ଐତିହାସିକ ବାର୍ଡସ ନେଷ୍ଟ ଷ୍ଟାଡିୟମରେ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଷ୍ଟାଡିୟମରେ ୨୦୦୮ ଗ୍ରୀଷ୍ମକାଳୀନ ଅଲମ୍ପିକ୍‌ ଉଦଘାଟନୀ ସମରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ବେଜିଂରେ ଶୀତକାଳୀନ ଅଲମ୍ପିକ୍ସ: ଭାଗ ନେବେନି ଭାରତୀୟ ରାଷ୍ଟ୍ରଦୂତ

ଅରିଫ ଖାନ ଏକ ଲାଲ୍‌ ରଙ୍ଗର ସ୍ପୋର୍ଟିଂ ଜ୍ୟାକେଟ୍‌ ପିନ୍ଧିଛନ୍ତି ଓ କିଛି ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଉଦଘାଟନୀ ସମାରୋହରେ ଭାରତର ଜାତୀୟ ପତାକାର ବାହକ ରହିଛନ୍ତି । ବେଜିଂ ଅଲମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଟ୍ବିଟ୍‌ କରି ଶୀତକାଳୀନ ଅଲମ୍ପିକ୍‌ସରେ ଭାରତକୁ ପ୍ରତିନିଧିତ୍ବ କରିଥିବା ଅରିଫ ଖାନଙ୍କୁ ପ୍ରଶଂସା କରିଛନ୍ତି । ବିନ୍ଦ୍ରା ଲେଖିଛନ୍ତି କାଶ୍ମୀରରୁ ଅଲମ୍ପିକ୍‌ସ, ବାସ୍ତବିକ ଏହା ଦେଖି ଗର୍ବ ଅନୁଭବ ହେଉଛି, ଏକମାତ୍ର ଭାରତୀୟ ଆଥଲେଟ୍‌ ଭାବେ ବେଜିଂ ୨୦୨୨ରେ ତ୍ରିରଙ୍ଗା ବାହକ ହୋଇ ଦେଶର ପ୍ରତିନିଧିତ୍ବ କରିଛନ୍ତି । କାଶ୍ମୀରର ଅରିଫ ଖାନ ଜଣେ ଅଲପିନ୍‌ ସ୍କାଇର, ସେ ସ୍ଲାଲମ ଓ ଜିଆଣ୍ଟ ସ୍ଲାଲମ ଇଭେଣ୍ଟରେ ଫେବୃଆରୀ ୧୩ରୁ ୧୬ ମଧ୍ୟରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ABOUT THE AUTHOR

...view details