ଓଡିଶା

odisha

ETV Bharat / sports

FIFA World Cup: 36 ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା - ଫିଫା ବିଶ୍ବକପ 2022

ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ବ କପ ବିଜେତା ( FIFA World Cup ) ହୋଇଛି । ଫାଇନାଲ ଲଢେଇରେ ଫ୍ରାନ୍ସକୁ ହରାଇ ଟ୍ରଫି ହାତେଇଛି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା । ଅଧିକ ପଢନ୍ତୁ

Argentina is the 2022 fifa world cup champion
FIFA World Cup

By

Published : Dec 19, 2022, 7:26 AM IST

Updated : Dec 19, 2022, 7:48 AM IST

ଦୋହା: ଦୀର୍ଘ 36 ବର୍ଷର ସ୍ବପ୍ନ ସାକାର ହୋଇଛି । ଲୁସାଇଲ ମଇଦାନରେ ଛାଇଗଲା ନୀଳ ଜର୍ସି ପିନ୍ଧିଥିବା ଆର୍ଜେଣ୍ଟିନା । ଅଦ୍ଭୂତ ବିଜୟ ପ୍ରତି ସେକେଣ୍ଡରେ ସଂଘର୍ଷ । ଟେଲିଭିଜନରେ ଦର୍ଶକଙ୍କ ଆଖି ଲାଖିଯାଇଥିଲା ଶେଷରେ 120 ମିନିଟର ଲଢେଇର ସେ ଅପେକ୍ଷାର ଅନ୍ତ ହେଲା । ଫ୍ୟାନ୍ସଙ୍କ ସମର୍ଥନରେ କମ୍ପିଲା ଷ୍ଟାଡିୟମ । ଆର୍ଜେଣ୍ଟିନାର ପ୍ରତି ଫ୍ୟାନ୍ସଙ୍କ ମୁହଁରେ ସେ ବିଜୟର ଖୁସି ଅବର୍ଣ୍ଣନୀୟ । ଚମ୍ପିଅନ ଚମ୍ପିଅନ ଆର୍ଜେଣ୍ଟିନା ଚମ୍ପଅନରେ କମ୍ପିଲା ଗ୍ରାଉଣ୍ଡ । ଚଳିତ ଫିଫା ବିଶ୍ବକପ ବିଜୟୀ ହୋଇଛି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା । ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା ।

ରୋମାଞ୍ଚକର ମୁକାବିଲାରେ ନିର୍ଦ୍ଧାରିତ ସମୟରେ 2-2 ଓ ଅତିରିକ୍ତ ସମୟରେ 3-3 ଗୋଲରେ ଖେଳ ବରାବର ରହିଥିଲା । ଫଳାଫଳ ନିର୍ଦ୍ଧାରଣ ପାଇଁ ହୋଇଥିବା ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା 4ଟି ଗୋଲ କରିଥିବା ବେଳେ ଫ୍ରାନ୍ସ 2ଟି ଗୋଲ କରିଥିଲା । ଫଳରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଅନ ହୋଇଥିଲା ।

ମ୍ୟାଚରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନା ପକ୍ଷରୁ ଲିଓନେଲ ମେସି 23ତମ ମିନିଟରେ ପେନାଲ୍ଟି ସୁଟରୁ ଓ ଅତିରିକ୍ତ ସମୟ 36 ତମ ମିନିଟରେ ଆଞ୍ଜେଲୋ ଡି ମାରିଆ ସ୍କୋର କରିଥିଲେ । ମ୍ୟାଚର 80 ମିନିଟ ଯାଏ ଫ୍ରାନ୍ସ ଗୋଲ କରି ପାରିନଥିଲା । ଫ୍ରାନ୍ସ ପକ୍ଷରୁ ଏମବାପ୍ପୋ ସମସ୍ତ 3ଟି ଯାକ ଗୋଲ କରିଥିଲେ । ଦଳ ପକ୍ଷରୁ ଏମବୋପ୍ପୋ ପ୍ରଥମ ଗୋଲ କରିଥିଲେ । ଜବାବରେ ଆର୍ଜେଣ୍ଟିନାର ମେସି ପ୍ରଥମ ପେନାଲ୍ଟି ମାରିଥିଲେ । ମ୍ୟାଚ 1-1 ସ୍ଥିତିରେ ରହିଥିଲା । ଫ୍ରାନ୍ସ ପକ୍ଷରୁ ଦ୍ବିତୀୟ ପେନାଲ୍ଟି ମାରିଥିଲେ କିଙ୍ଗସଭି କେମାନ । ତାଙ୍କ ଗୋଲକୁ ଅଟକାଇ ଦେଇଥିଲେ ଆର୍ଜେଣ୍ଟିନା ଗୋଲ କିପର । ଜବାବରେ ଆର୍ଜେଣ୍ଟିନା ପକ୍ଷରୁ ପାଉଲେ ଦ୍ବିତୀୟ ଗୋଲ କରିଥିଲେ । ଦଳ 2-1ରେ ଆଗୁଆ ଥିଲା ।

ଫ୍ରାନ୍ସ ପକ୍ଷରୁ ତୃତୀୟ ପେନାଲ୍ଟି ମାରିଥିଲେ ଆରେଲିଡ ଟାବେମେନି । ଜବାବରେ ଆର୍ଜେଣ୍ଟିନା ପକ୍ଷରୁ ଲିନତ୍ରୋ ପରେଦେସ ତୃତୀୟ ପେନାଲ୍ଟି ଗୋଲରେ ପରିଣତ କରିଥିଲେ । ଫଳରେ ଆର୍ଜେଣ୍ଟିନା 3-1ରେ ଆଗରେ ଥିଲା । ପୁଣି ଫ୍ରାନ୍ସ ପକ୍ଷରୁ ମୁଆନି ଚତୁର୍ଥ ପେନାଲ୍ଟି ଗୋଲ ପୋଷ୍ଟରେ ପହଞ୍ଚାଇ ସ୍ଥିତିକୁ 2-3ରେ ପହଞ୍ଚାଇଥିଲେ । ଜବାବରେ ଆର୍ଜେଣ୍ଟିନାର ଗେଞ୍ଜଲୋ ମନଟିଲ ଚତୁର୍ଥ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ । ରୋମାଞ୍ଚକର ମୁକାବିଲାରେ ନିର୍ଦ୍ଧାରିତ ସମୟରେ 2-2 ଓ ଅତିରିକ୍ତ ସମୟରେ 3-3 ଗୋଲରେ ଖେଳ ବରାବର ରହିଥିଲା । ଫଳାଫଳ ନିର୍ଦ୍ଧାରଣ ପାଇଁ ହୋଇଥିବା ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା 4ଟି ଗୋଲ କରିଥିବା ବେଳେ ଫ୍ରାନ୍ସ 2ଟି ଗୋଲ କରିଥିଲା । ଫଳରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ନିଜ ନାମରେ ଫିଫା ଫୁଟବଲ ବିଶ୍ବକପ କରି ନେଇଛି ।

ଏହା ବି ପଢନ୍ତୁ...FIFA World cup : କିଏ ହେବ ଚମ୍ପିଆନ ? ଫ୍ରାନ୍ସ ଚତୁର୍ଥ ଥର ଓ ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଖେଳିବ ଫାଇନାଲ

ମେସି ମ୍ୟାଜିକ...

36 ବର୍ଷ ପରେ ଫିଫା ବିଶ୍ବକପ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ଏ ଯାତ୍ରାରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଛି । ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି ମେସି । ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ଗୋଲ ମଧ୍ୟ ତାଙ୍କ ନାମରେ ରହିଛି । 26ଟି ବିଶ୍ବକପ ମ୍ୟାଚ ଖେଳିଥିବା ବେଳେ ଦଳ ପକ୍ଷରୁ 13ଟି ଗୋଲ କରିଛନ୍ତି । 2022ରେ ତାଙ୍କ ଗୋଲ ସଂଖ୍ୟା 7 ରହିଛି । ଚଳିତ ବିଶ୍ବକପରେ ମେସିଙ୍କୁ ଗୋଲ୍ଡେନ ବଲ ମିଳିଛି । ଏହା ସହିତ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶୁଭେଚ୍ଛା...

ଆର୍ଜେଣ୍ଟିନାର ବିଜୟ ପରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୋଦି କହିଛନ୍ତି, '' ଏହି ଫାଇନାଲ ମ୍ୟାଚ ସବୁଠୁ ରୋମାଞ୍ଚକର ମ୍ୟାଚ ଭାବେ ସ୍ମରଣୀୟ ହୋଇ ରହିବ । ଚମ୍ପିଅନ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛି ଦଳ । ଆର୍ଜେଣ୍ଟିନା ଓ ମେସିଙ୍କ ବିଶ୍ବ ଟାଇଟଲ ବିଜୟରେ ଲକ୍ଷାଧିକ ଭାରତୀୟ ପ୍ରଶଂସକଙ୍କୁ ଖୁସି ପ୍ରଦାନ କରିଛି । '' ସେହିପରି ଫ୍ରାନ୍ସର ଲଢୁଆ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Dec 19, 2022, 7:48 AM IST

ABOUT THE AUTHOR

...view details