ଓଡିଶା

odisha

ETV Bharat / sports

ଷ୍ଟାର୍‌ ଫୁଟବଲର ମେସିଙ୍କୁ ପୁଣି ବଲୋନ ଡି' ଓର ପୁରସ୍କାର, ଲଗାତର ଅଷ୍ଟମ ଥର ପାଇଁ ଜିତିଲେ ସମ୍ମାନ - ଲଗାତର ଅଷ୍ଟମ ଥର ମେସିଙ୍କୁ ବଲୋନ ଡି ଓର

କିମ୍ବଦନ୍ତୀ ଖେଳାଳୀ ଲିୟୋନେଲ ମେସିଙ୍କୁ ମିଳିଲା ବଲୋନ ଡି' ଓର ପୁରସ୍କାର । କ୍ୟାରିଅର ଫର୍ଦ୍ଦରେ ଯୋଡି ହେଲା ନୂଆ ଅଧ୍ୟାୟ । ଅଧିକ ପଢନ୍ତୁ

ଫୁଟବଲ କିମ୍ବଦନ୍ତୀ ମେସିଙ୍କୁ ବଲୋନ ଡି' ଓର ପୁରସ୍କାର, ଲଗାତର ଅଷ୍ଟମ ଥର ପାଇଁ ମିଳିଲା ସମ୍ମାନ
ଫୁଟବଲ କିମ୍ବଦନ୍ତୀ ମେସିଙ୍କୁ ବଲୋନ ଡି' ଓର ପୁରସ୍କାର, ଲଗାତର ଅଷ୍ଟମ ଥର ପାଇଁ ମିଳିଲା ସମ୍ମାନ

By ETV Bharat Odisha Team

Published : Oct 31, 2023, 9:51 AM IST

ହାଇଦ୍ରାବାଦ:ଇତିହାସ ରଚିଲେଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ଲିୟୋନେଲ ମେସି । କ୍ୟାରିଅରର ଶେଷ ପର୍ଯ୍ୟାୟରେ ପୁଣି ଏକ ବଡ଼ ସମ୍ମାନର ଅଧିକାରୀ ହୋଇଛନ୍ତି ମେସି । ଫିପା ବିଶ୍ବକପ 2022ର ଚମ୍ପିଆନ୍‌ ଆର୍ଜେଣ୍ଟିନାର ପ୍ରତିଷ୍ଠିତ ଖେଳାଳୀ ମେସି ଅଷ୍ଟମ ଥର ପାଇଁ ଶ୍ରେଷ୍ଠ ଖେଳାଳୀର ମାନ୍ୟତା ପାଇବା ସହ ବଲୋନ ଡି' ଓର ପୁରସ୍କାର ହାସଲ କରିଛନ୍ତି । ତେବେ ସୋମବାର ରାତିରେ ବଲୋନ ଡି' ଓର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ତେବେ ମେସି ପ୍ରଥମ ମେଜର ଲିଗ୍‌ ସକର (ଏମଏଲଏସ) ଖେଳାଳି ଯିଏକି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଗତ ସୋମବାର ରାତିରେ ବଲୋନ ଡି' ଓର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଣ୍ଟର ମିଆମୀର ମାଲିକ ତଥା ଫୁଟବଲ ଅନ୍ୟତମ ପ୍ରସିଦ୍ଧ ଖେଳାଳୀ ଡେଭିଡ ବେକହାମ ମେସିଙ୍କୁ ଏହି ପୁରସ୍କାର ମେସିଙ୍କୁ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଲିୟୋନଲ ମେସି 2009, 2010, 2011, 2012, 2015, 2019, 2021ରେ ମଧ୍ୟ ବଲୋନ ଡି' ଓର ପୁରସ୍କାର ଜିତି ଥିଲେ ।

ଏହାମଧ୍ୟ ପଢନ୍ତୁ..World Cup Final Kiss Row: ଲୁଇସ ରୁବେଲ୍ସଙ୍କୁ 3 ବର୍ଷ ବାସନ୍ଦ କଲା ଫିଫା

ସୂଚନା ଯୋଗ୍ୟ, ବଲୋନ ଡି' ଓର ପୁରସ୍କାର ଫୁଟବଲର ସର୍ବଶ୍ରେଷ୍ଠ ପୁରସ୍କାର ଅଟେ । ଯାହା ବ୍ୟକ୍ତିଗତ ଭାବେ ଖେଳାଳିଙ୍କୁ ପ୍ରଦାନ କରାଯାଇଥାଏ । ଏହା ଫୁଟବଲ କ୍ଲବ ଓ ରାଷ୍ଟ୍ରୀୟ ଟିମର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଆଧାରରେ ପ୍ରତିବର୍ଷ ଜଣେ ଖେଳାଳୀଙ୍କୁ ଦିଆଯାଇଥାଏ । ବିଶ୍ବର ସର୍ବଶ୍ରେଷ୍ଠ ପୁରୁଷ ଓ ମହିଳା ଫୁଟବଲ ଖେଳାଳୀ ଏହାର ହକ୍‌ଦାର ଅଟନ୍ତି । 1956 ମସିହାଠାରୁ ପ୍ରତ୍ୟେକ ବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ପୁରୁଷ ଖେଳାଳୀଙ୍କୁ ଏହି ପୁରସ୍କାର ଦିଆଯାଉଥିବା ବେଳେ 2018 ମସିହାଠାରୁ ଏହା ମହିଳା ଫୁଟବଲ ଖେଳାଳିମାନଙ୍କୁ ଦିଆଯାଉଛି । ତେବେ 2020ରେ କୋଭିଡ୍‌ ମହମାରୀ କାରଣରୁ ପୁରସ୍କାର ଦିଆଯାଇନଥିଲା ।

ତେବେ ପୁରସ୍କାର ହାସଲ କରିବା ପରେ ଅଭିଭାଷଣରେ ମେସି କହିଛନ୍ତି,"ଏହି ପୁରସ୍କାର ସମସ୍ତ ସାଥୀ ଖେଳାଳି, କୋଚିଂ ଷ୍ଟାଫ, ଓ ଆର୍ଜେଷ୍ଟିନାର ସମସ୍ତ ଲୋକମାନଙ୍କ ପାଇଁ ଏକ ଉପହାର ସ୍ବରୂପ ଅଟେ ।"

ଏହାମଧ୍ୟ ପଢନ୍ତୁ..World Cup Final Kiss Row: ସ୍ପେନ ଫୁଟବଲ ମୁଖ୍ୟଙ୍କୁ ନିଲମ୍ବନ କଲା ଫିଫା

ତେବେ ଆର୍ଜେଷ୍ଟିନାକୁ ଫିଫା ବିଶ୍ବକପ 2022 ଜିତାଇଥିଲେ ମେସି । ବିଶ୍ବକପରେ ବ୍ୟକ୍ତିଗତ ଭାବେ ଦଳପାଇଁ 10ଟି ଗୋଲ ହାସଲ କରିଥିଲେ ମେସି । ତେବେ ମେସି 8ଥର ପାଇଁ ବଲୋନ ଡି' ଓର ପାଇଥିବା ବେଳେ ତାଙ୍କ ପଛକୁ ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି । ସେ 5 ଥର ଏହି ପୁରସ୍କାର ହାସଲ କରିଛନ୍ତି । ମେସି ବର୍ତ୍ତମାନ ଆମେରିକା ଇଣ୍ଟର ମିଆମି କ୍ଲବ୍‌ ପାଇଁ ଖେଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details