ପ୍ୟାରିସ୍:ଚଳିତ ତୀରନ୍ଦାଜ ବିଶ୍ବକପରେ ପଦକ ପୋଛି ନେଇଛନ୍ତି, ଭାରତୀୟ ଷ୍ଟାର ମହିଳା ତୀରନ୍ଦାଜ ଦୀପିକା କୁମାରୀ । ପ୍ରଥମେ ମହିଳା ରିକର୍ଭ ଟିମର ସଦସ୍ୟ ଭାବେ ସ୍ବର୍ଣ୍ଣ ବିଜୟିନୀ, ପରେ ସ୍ବାମୀ ତଥା ଷ୍ଟାର ପୁରୁଷ ତୀରନ୍ଦାଜ ଅତନୁ ଦାସଙ୍କ ସହ ମିଶି ମିକ୍ସଡ ରିକର୍ଭ ଟିମରେ ସ୍ବର୍ଣ୍ଣ ଜିତିବା ପରେ ମହିଳା ବ୍ୟକ୍ତିଗତ ରିକର୍ଭ ବର୍ଗରେ ମଧ୍ୟ ସ୍ବର୍ଣ୍ଣରେ ଚମକିଛନ୍ତି ଦୀପିକା । ଏଥିସହ ଭାରତକୁ ରବିବାର ତୃତୀୟ ସ୍ବର୍ଣ୍ଣ ଭେଟିଦେଇଛନ୍ତି ।
ପ୍ୟାରିସରେ ଚାଲିଥିବା ତୀରନ୍ଦାଜ ବିଶ୍ବକପରେ ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗର ଫାଇନାଲରେ ଋଷିଆର ଏଲିନା ଓସିପୋଭାଙ୍କୁ 6-0ରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।