ପ୍ୟାରିସ୍: ଚଳିତ ତୀରନ୍ଦାଜ ବିଶ୍ବକପର ଫାଇନାଲରେ ମଙ୍ଗଳବାର ପ୍ରବେଶ କରିଛନ୍ତି, ଭାରତୀୟ ତାରକା ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ । ଏଥିସହ ତାରକା ଦମ୍ପତି ମିକ୍ସଡ ଡବଲ୍ଡ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ।
ରବିବାର ଫାଇନାଲ ମୁକାବିଲାରେ ନେଦରଲାଣ୍ଡସ ସହ ଟାଇଟଲ ଲଢେଇ କରିବେ ଦୁଇ ଭାରତୀୟ ଖେଳାଳି ।
ଉଭୟଙ୍କ ଏହି ପ୍ରଦର୍ଶନ ପରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଶୁଭେଚ୍ଛା ଜଣାଇଛି । ଚଳିତ ବର୍ଷ ଏପ୍ରିଲରେ, ଅତନୁ ଓ ଦୀପିକା ରିକର୍ଭ ପୁରୁଷ ଓ ମହିଳା ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।
ଦୀପିକା ତୃତୀୟ ବିଶ୍ବକପ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଅତନୁ କ୍ୟାରିୟରରେ ପ୍ରଥମ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ