ପ୍ୟାରିସ:ତୀରନ୍ଦାଜୀ ବିଶ୍ବକପରେ ଚମକିଲେ ଭାରତୀୟ ମହିଳା ଓ ପୁରୁଷ ଦଳ । ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ବକପରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ଉଭୟ ମହିଳା ଓ ପୁରୁଷ କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତୀରନ୍ଦାଜୀ ବିଶ୍ବକପ ଷ୍ଟେଜ 4ରେ ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପୁରୁଷ ଦଳ ଅଭିଷେକ, ପ୍ରବୀଣ ଓ ପ୍ରଥମେଶଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ମହିଳା ଦଳରେ ଆଦିତି ଗୋପୀଚାନ୍ଦ ସ୍ବାମୀ, ଜ୍ୟୋତି ସୁରେଖା ଭେନମ ଓ ପରନୀତ କୌର ଏହି ସଫଳତା ହାସଲ କରିଛନ୍ତି ।
ପୁରୁଷ କମ୍ପାଉଣ୍ଡ ଦଳ ଆମେପିରାରକୁ 236-232 ବ୍ୟବଧାନରେ ପରାସ୍ତ କରି ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ସେହିପରି ମହିଳା କମ୍ପାଉଣ୍ଡ ଦଳ 234-233 ମାତ୍ର ଏକ ପଏଣ୍ଟ ବ୍ୟବଧାନରେ ମେକ୍ସିକୋ ଦଳକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 2006 ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳ ଏଭଳି ଐତିହାସିକ ସଫଳତା ଅର୍ଜନ କରିଛନ୍ତି । ତୀରନ୍ଦାଜୀ ବିଶ୍ବକପ ଷ୍ଟେଜ 4 ପଞ୍ଚମ ଦିବସରେ ଭାରତକୁ 2ଟି ସ୍ବର୍ଣ୍ଣ ସହ ମୋଟ 3ଟି ପଦକ ମିଳିଛି । ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ଜିତିଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ସୁରେଖା କାଂସ୍ୟ ପଦକ ଜିତିଛନ୍ତି ।
ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ରିକର୍ଭ ଦଳ କାଂସ୍ୟ ପଦକ ଜିତି ବିଜୟ ଖାତା ଖୋଲିଥିଲେ । ଅତନୁ ଦାସ, ଧୀରଜ ବୋମଦେବରା ଓ ତୁଷାର ସେଲଫକେ ପୁରୁଷ ତୀରନ୍ଦାଜୀ କାଂସ୍ୟ ପଦକ ମୁକାବିଲାରେ ସ୍ପେନକୁ 6-2 ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ଭଜନ କୌର, ଅଙ୍କିତା ଭକତ ଓ ସିମଲନଜିତ କୌରଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ସୁଟରେ ମେକ୍ସିକୋକୁ ପରାସ୍ତ କରିଥିଲା ।