ଓଡିଶା

odisha

ETV Bharat / sports

ଅଧିକାରୀଙ୍କୁ ଅନୁରାଗଙ୍କ ନିର୍ଦ୍ଦେଶ, ଅଲମ୍ପିକ ଯୋଗ୍ୟ ଖେଳାଳିଙ୍କ ପାଇଁ ହେଉ ଉଚିତ ବନ୍ଦୋବସ୍ତ

ଜୁଲାଇ 17ରେ ପ୍ରଥମ ଦଫା ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଦିଲ୍ଲୀ ବିମାନବନ୍ଦରରୁ ଉଡାଣ ଭରିବ । ଅଧିକ ପଢନ୍ତୁ...

By

Published : Jul 12, 2021, 9:42 PM IST

Anurag Thakur asks officers to ensure proper arrangments for Olympics-bound contingent
ଅଧିକାରୀଙ୍କୁ ଅନୁରାଗଙ୍କ ନିର୍ଦ୍ଦେଶ, ଅଲମ୍ପିକ ଯୋଗ୍ୟ ଖେଳାଳିଙ୍କ ପାଇଁ ହେଉ ଉଚିତ ବନ୍ଦୋବସ୍ତ

ନୂଆଦିଲ୍ଲୀ:ଆରମ୍ଭ ହୋଇସାରିଛି ଟୋକିଓ ଅଲମ୍ପିକ୍ସ ପାଇଁ କାଉଣ୍ଟଡାଉନ । ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ କିଛିଦିନ ମଧ୍ୟରେ ଉଡାଣ ଭରିବ । ଏହା ପୂର୍ବରୁ ଖେଳାଳିଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସଠିକ ଢଙ୍ଗରେ କରିବାକୁ ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି । ଏହି କ୍ରମରେ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ସୋମବାର କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି । ଏଥିସହ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ପ୍ରସ୍ତୁତି ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଭାରତୀୟ ଅଲମ୍ପିକ ଆଥଲେଟ ଓ ଅଧିକାରୀଙ୍କ ଟିକାକରଣ, ଯାତ୍ରା ଓ ଭାରତୀୟ ଖେଳାଳିଙ୍କ ରହଣୀ ବନ୍ଦୋବସ୍ତ ନେଇ ସମସ୍ତ ପ୍ରସ୍ତୁତି ଭଲଭାବେ ହେବା ନେଇ ମନ୍ତ୍ରୀ ଜଣାଇଛନ୍ତି । ଜୁଲାଇ 17ରେ ପ୍ରଥମ ଦଫା ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଦିଲ୍ଲୀ ବିମାନବନ୍ଦରରୁ ଉଡାଣ ଭରିବ । ଦେଶ ତମାମ ଅଲମ୍ପିକ ଫିଭର ବଢିବାରେ ଲାଗିଥିବାରୁ ବିମାନବନ୍ଦରରେ ଉଚିତ ବ୍ୟବସ୍ଥା ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ଏନେଇ ବାତ୍ରା ଏକ ଅଫିସିଆଲ ବିବୃତିରେ ଜଣାଇଛନ୍ତି ।

ଏହି ବୈଠକରେ CMD SPICE JET ଓ ଭାରତୀୟ ବକ୍ସିଂ ମହାସଂଘର ସଭାପତି ଅଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଆରମ୍ଭ ହୋଇ ଅଗଷ୍ଟ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଲମ୍ପିକ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଅଲମ୍ପିକ ଟିମ ପକ୍ଷରୁ ବକ୍ସର ମେରୀ କମ ଓ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଭାରତର ଧ୍ବଜା ବାହକ ହେବେ । ପୂର୍ବରୁ ଏନେଇ ଭାରତୀୟ ଅଲମ୍ପିକ ଆସୋସିଏସନ ଘୋଷଣା କରିସାରିଛି । ସେହିପରି ଉଦ୍‌ଯାପନୀ ଉତ୍ସବରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ତ୍ରିରଙ୍ଗା ଧରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details