ହାଇଦ୍ରାବାଦ: BWF ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଯୁବ ବ୍ୟାଡମିଣ୍ଟନ ତାରକା ଅନୁପମା ଉପାଧ୍ୟାୟ (BWF Junior rankings ) । BWF ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାରେ ଅନୁପମା ଉପାଧ୍ୟାୟ ହେଲେ ଦ୍ବିତୀୟ ଭାରତୀୟ । ଅନୁପମା ଉପାଧ୍ୟାୟ 19 ବର୍ଷରୁ କମ ବାଳିକା ସିଙ୍ଗଲ୍ସ ବର୍ଗରେ ଦ୍ବିତୀୟ ଭାରତୀୟ ସଟଲର ହୋଇଛନ୍ତି ( Anupama Upadhyaya has become only the second Indian shuttler ) । ଚଳିତ ବର୍ଷ ଆରମ୍ଭରେ ଅନୁପମା ଉପାଧ୍ୟାୟ ଉଗାଣ୍ଡା ଏବଂ ପୋଲାଣ୍ଡରେ ଜୁନିୟର ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଥିଲେ । ତେବେ ତାଙ୍କର ଏହି ସଫଳତା ପରେ ଭାରତୀୟ ଖେଳାଳି ତସନିମ ମିରଙ୍କୁ ପଛରେ ପକାଇ BWF ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଅନୁପମା ଉପାଧ୍ୟାୟ ।
BWF ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ ତାଲିକା ଶୀର୍ଷରେ ଅନୁପମା ଉପାଧ୍ୟାୟ - ବିଡବ୍ଲ୍ୟୁଏଫ ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ
BWF ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଯୁବ ବ୍ୟାଡମିଣ୍ଟନ ତାରକା ଅନୁପମା ଉପାଧ୍ୟାୟ । ଅଧିକ ପଢନ୍ତୁ
BWF ମାନ୍ୟତା ଜୁନିୟର ବ୍ୟାଡମିଣ୍ଟନ ତାଲିକା ଶୀର୍ଷରେ ଅନୁପମା ଉପାଧ୍ୟାୟ
ଅନୁପମା ଉପାଧ୍ୟାୟ 18ଟି ଟୁର୍ଣ୍ଣାମେଣ୍ଟରୁ 18.060 ପଏଣ୍ଟ ସହ ପୋଲ ସ୍ଥିତିକୁ ଧରିବା ପାଇଁ ଦୁଇଟି ସ୍ଥାନକୁ ଡେଇଁଛନ୍ତି ଏବଂ ଜୁନିୟର ମାନ୍ୟତାର ଟପ 10ରେ ସ୍ଥାନ ପାଇଥିବା ଚାରି ଜଣ ଝିଅଙ୍କ ମଧ୍ୟରୁ ଜଣେ । ଶ୍ରେଷ୍ଠ ୧୦ ସ୍ଥାନରେ ଥିବା ଅନ୍ୟ ତିନିଜଣ ଭାରତୀୟ ମହିଳା ସଟଲର ହେଉଛନ୍ତି ତସ୍ନିମ୍ ମିର୍ ଦ୍ବିତୀୟ ସ୍ଥାନ ଏବଂ ଅନ୍ବେଶା ଗୋୱଡା ( ଷଷ୍ଠ ସ୍ଥାନ ) ଏବଂ ଅନ୍ନାଟି ହୁଡା (ନବମ ସ୍ଥାନ)ରେ ରହିଛନ୍ତି |