ହାଇଦ୍ରାବାଦ:ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକ ଶୁକ୍ରବାର ପୋଲାଣ୍ଡ ଓପନରୁ ଓହରି ଯାଇଛନ୍ତି । ଜ୍ବରରେ ପୀଡିତ ହେବାପରେ ସତର୍କତାମୂଳକ ପଦକ୍ଷେପ ଭାବେ ଆଇସୋଲେସନରେ ରହିଛନ୍ତି ଅଂଶୁ ଓ କୋଭିଡ-19 ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏସିଆନ ଚମ୍ପିଆନ ଅଂଶୁ 57 କିଲୋଗ୍ରାମ ବର୍ଗରେ ପ୍ରତିଯୋଗିତାରୁ ଓହରିଯାଇଥିବା ଜଣାପଡିଛି ।
ଗତ ମାସରେ ଅଂଶୁଙ୍କ ପିତାମାତା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଓ ସୁସ୍ଥ ହେଆଇଥିଲେ । 19ବର୍ଷୀୟା ଅଂଶୁ ଏସିଆନ ଅଲମ୍ପିକ କ୍ବାଲିଫାୟର ଜରିଆରେ ଟୋକିଓ ଟିକେଟ ହାସଲ କରିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ଅଲମିଟିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।