ଓଡିଶା

odisha

ETV Bharat / sports

ଇତିହାସ ରଚିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ - ବିଶ୍ବ କୁସ୍ତି ଚମ୍ପିଆନସିପ୍‌

ଇତିହାସ ରଚିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ । ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ରୌପ୍ୟ ପଦକ । ଅଧିକ ପଢନ୍ତୁ...

Anshu Malik scripts history, becomes 1st Indian woman to win silver at World Wrestling C'ships
ଇତିହାସ ରଚିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ

By

Published : Oct 8, 2021, 5:07 PM IST

ଓସଲୋ(ନରୱେ): ଇତିହାସ ରଚିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ । ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ରୌପ୍ୟ ପଦକ । ନରୱେର ଓସଲୋରେ ଅନୁଷ୍ଠିତ ଏହି ମେଗା ପ୍ରତିଯୋଗିତାରେ ୫୭ କିଲୋଗ୍ରାମ ମହିଳା ଫାଇନାଲରେ ଅଲମ୍ପିକ୍‌ ପଦକ ବିଜେତା ହେଲେନ ମାରୋଉଲିସଙ୍କ ଠାରୁ ୪-୧ରେ ପରାସ୍ତ ହୋଇଛନ୍ତି ଅଂଶୁ ।

ଫାଇନାଲରେ ପ୍ରଭାବୀ ପ୍ରଦର୍ଶନ ସହ ମାରୋଉଲିସ ଅଂଶୁଙ୍କୁ ହରାଇ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

ଅଂଶୁ ମଲିକ ୨୦୧୬ରୁ SAI ନ୍ୟାସନାଲ ସେଣ୍ଟର ଅଫ ଏକ୍ସଲେନ୍ସ ଲକ୍ଷ୍ନୌରେ ପ୍ରସ୍ତୁତି କରୁଥିଲେ ।

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ସେ ଅଲମ୍ପିକ୍‌ ଡେବ୍ୟୁ କରିଥିବା ଅଂଶୁ ଏବେ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଐତିହାସିକ ରୌପ୍ୟ ପଦକ ବିଜେତା ହେଇଛନ୍ତି ।

ପୂର୍ବରୁ ଅଂଶୁଙ୍କ ନାମରେ ଏସିଆନ ଚମ୍ପିଆନସିପ୍‌ ପଦକ ରହିଛି, ଯେଉଁଥିରେ ସାମିଲ ରହିଛି ସ୍ବର୍ଣ୍ଣ ଓ ଗୋଟିଏ ରାକିଂ ସିରିଜ ରୌପ୍ୟ ପଦକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details