ଓଡିଶା

odisha

ETV Bharat / sports

ଭୁବନେଶ୍ବରରେ କୁମ୍ବଲେଙ୍କ କ୍ରୀଡା ମନ୍ତ୍ର - ODISHA KNOWLEDGE HUB LECTURE SERIES

ଓଡିଶା ନଲେଜ ହବ ଲେକଚ୍‌ର ସିରିଜ (OKH) କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବରରେ ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ ।

anil-kumble-attend-at-odisha-knowledge-hub-lecture-series-at-bhubaneswer
ଅନୀଲ କୁମ୍ବଲେ

By

Published : Jan 4, 2020, 6:26 PM IST

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି ଓଡିଶା ନଲେଜ ହବ ଲେକଚ୍‌ର ସିରିଜ (OKH) । ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ । "ଭାରତୀୟ କ୍ରୀଡ଼ା, ଏକ ଅନ୍ତର୍ଦୃଷ୍ଟି" ବିଷୟ ବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ ।

ଏଥିସହ କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ସୁଜାତା ପାଣ୍ଡିଆନଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡିଶା ଆଜି ସ୍ପୋର୍ଷ୍ଟସ କ୍ୟାପିଟାଲ ହୋଇଛି । କ୍ରିଡା କ୍ଷେତ୍ରରେ ଓଡିଶା ଆଗଉଛି ବୋଲି କହିଛନ୍ତି ଅନିଲ କୁମ୍ବଲେ । ଏହା ସହ କୁମ୍ବଲେ କ୍ରୀଡା କ୍ଷେତ୍ରରେ ସଫଳତାର ୬ଟି ମନ୍ତ୍ର ଦେଇଛନ୍ତି ।

ଭୁବନେଶ୍ବରରେ କୁମ୍ବଲେ, ଦେଲେ କ୍ରୀଡା ମନ୍ତ୍ର

କୁମ୍ବଲେ କହିଛନ୍ତି, "କ୍ରୀଡାର ବିକାଶ ପାଇଁ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତା ହେବା ଦରକାର । ଏହି କାର୍ଯ୍ୟକ୍ରମ କ୍ରମରେ ମୋ ଭଳି ଜଣେ ଖେଳାଳିଙ୍କୁ ନିମନ୍ତ୍ରଣ କରିଥିବାରୁ ଖୁସି ଲାଗୁଛି । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି । ଆଗାମୀ ଦିନମାନଙ୍କରେ ଓଡିଶାରୁ ଚମ୍ପିଆନ ବାହାରିବେ । ମୋତେ ବହୁତ ଖୁସି ଲାଗିଲା ଓଡିଶା ନଲେଜ ହବ କାର୍ଯ୍ୟକ୍ରମ ଜଣେ ସ୍ପୋର୍ଟସ ପର୍ସନକୁ ଡାକିଛି । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର କ୍ରୀଡା ପାଇଁ କେତେ ଉତ୍ସର୍ଗୀକୃତ ।"

ସେହିପରି ରୋହିତ ଓ ବିରାଟଙ୍କ ମଧ୍ୟରେ କିଏ ଭଲ ଅଧିନାୟକ ପ୍ରଶ୍ନର ଉତ୍ତରରେ କୁମ୍ବଲେ କହିଛନ୍ତି ଯେ, ଉଭୟ ଭଲ ଅଧିନାୟକ । ସେହିପରି ଧୋନି କେବେ ଅବସର ନେବେ ସେ ହିଁ କହିପାରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details